banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ଆପଣ ଜଗିରଖି ଚଳନ୍ତୁ କାରଣ ବନ୍ଧୁ ଓ ପରିବାର ସହ କଥାରେ କଥାରେ କଳହ ଘଟିପାରେ। କର୍ମକ୍ଷେତ୍ରରେ କୈାଣସି ଘଟଣାକୁ କେନ୍ଦ୍ରକରି କିଛି ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି। ଶାରିରୀକ ସୁସ୍ଥତା ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁଁ ମନ ଖୁସି ରହିବ।

ବୃଷ:-ଆଲୋଚନା କ୍ଷେତ୍ରରେ ଶେଷ ସମୟରେ ନିଷ୍ପତି ବଦଳାଇ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟ ତଥା ଲେଖାପଢ଼ା ଓ ପ୍ରକାଶନ କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ। ଅତୀତ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।

ମିଥୁନ:-ଆଜି କାର୍ଯ୍ୟହାନୀ,ମାନସିକ ଅଶାନ୍ତି ସଙ୍ଗକୁ ଶାରୀରିକ ଅସୁସ୍ଥତା ମଧ୍ୟ ଦେଖାଯାଇପାରେ। ଋଣ ପରିଶୋଧ କରିବା ସକାଶେ ବିଭିନ୍ନ ପ୍ରକାରର ଧନ୍ଦା କରିବା ସକାଶେ ମନ ବଳାଇବେ। ଆଲୋଚନା ଆଳରେ ଜଣେ ବନ୍ଧୁ ଆଜି ଆପଣଙ୍କର ମାର୍ଗଦର୍ଶକ ସାଜି ପାରନ୍ତି।

କର୍କଟ:-ଆପଣଙ୍କର ଆଜି ଆର୍ଥିକ ଉନ୍ନ୍‌ତି ସଙ୍ଗକୁ ସମ୍ମାନ ଓ ସାମାଜିକ ପ୍ରତିଷ୍ଠା ପାଇପାରନ୍ତି। ଅଫିସ୍‌ କାମରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। କଳା,ସାହିତ୍ୟ,ସଙ୍ଗୀତ ତଥା ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିପାରେ।

ସି˚ହ:-ଗ୍ରହ ପ୍ରଭାବରେ ପରିବାର ସକାଶେ ସମସ୍ତ ପ୍ରକାରର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିବା କଷ୍ଟକର ହୋଇପାରେ। ନିଜେ ରହୁଥିବା ସ୍ଥାନର ପାରିପାର୍ଶ୍ୱିକ ପରିସ୍ଥିତି କେତେକାଶଂରେ ଭଲ ରହିବାରୁ ଆଶ୍ୱସ୍ତି ଲାଭକରିବେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ।

କନ୍ୟା:-ରାଶ୍ୟାଧିପତି ସହ ଚନ୍ଦ୍ରଙ୍କ ସଂଯୋଗ ହେତୁ କେତେକ ଅପୂରଣୀୟ ଆଶା ମନକୁ ବାରମ୍ଭାର ମନକୁ ଆଲୋଡିତ କରିବ। ନୂତନ ପ୍ରକଳ୍ପ,ପ୍ରଶାସନ ଓ ପରିବହନ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି। ଗୃହ ସଜ୍ଜା,ଗାଡି ମରାମତି,ପୁରୁଣା ଘରକୁ ସଜାଡିବାରେ ମନୋନିବେଶ କରିପାରନ୍ତି।

ତୁଳା:-ଶନି ଓ ମଙ୍ଗଳଙ୍କ ସଂଯୋଗ ଚତୁର୍ଥଭାବସ୍ଥ ହେତୁ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିପାରେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ ନତୁବା ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।

ବିଛା:- ଆପଣଙ୍କ ଅସୁସ୍ଥମାନସିକତାର କୁପ୍ରଭାବରେ କଥାବାର୍ତ୍ତାରେ ବ୍ୟତିକ୍ରମ ସୃଷ୍ଟିହେବ। ସମୟର ପ୍ରତିକୂଳତା ହେତୁ ବିଭିନ୍ନ ପ୍ରକାରର ସମସ୍ୟା ଭିତରେ ମନ ଭାରାକ୍ରାନ୍ତ ରହିବ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କୈାଣସି କାମକୁ ମୁହାଁଇବା ଠିକ୍‌ ହେବନି।

ଧନୁ:-ବିଚାରଧାରାକୁ ପ୍ରବାହିତ କରି ସଠିକ୍‌ ନିଷ୍ପତି ନେବାରେ ବାଧା ସୃଷ୍ଟି କରିବ। ଫଳତଃ ପ୍ରତ୍ୟେକ କ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ପନିପରିବା ଦୋକାନୀ,ହୋଟେଲ ମାଲିକମାନେ କ୍ଷତିଗ୍ରସ୍ଥ ହୋଇପାରନ୍ତି। ସାଂଗଠନିକ କ୍ଷେତ୍ରରେ ବହୁତ ଜନ କଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ।

ମକର:-କୈାଣସି କାର୍ଯ୍ୟ କରିନପାରିବା ଯୋଗୁଁ ଅସ୍ଥିର ରହିପାରନ୍ତି। ବନ୍ଧୁଙ୍କ କଥାକୁ ସହଜରେ ଗ୍ରହଣ କଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇ ପାରନ୍ତି। ଫେରିବା ବାଟରେ ସାୟାହ୍ନରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ଗଠନମୂଳକ କାମ,ଲେଖାପଢା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ।

କୁମ୍ଭ:-କର୍ମକ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ ଗତି କରିବାର ବହୁ ସମ୍ଭାବନା ରହିଛି। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇ ପାରନ୍ତି। ଆଜିର ଆମଦାନୀ କାରବାର,ପରିବହନ ଓ ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହିଁ।

ମୀନ:- ଆଜି ପାରିବାରିକ ସ୍ତରରେ ପଛକଥା ନଭାବି ଏହି ସମୟର ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟାକରିବା ଭଲ ହେବ। ନିଜର କାମ ସକାଶେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ,ମାଲି ମକଦ୍ଦମା, ସଂଗଠନ,ଲେଖାପଢା,ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ।

Khansweb Solution Bhubaneswar

Leave A Reply

Your email address will not be published.