banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ସୋମବାର,୧୩ ଅପ୍ରେଲ ୨୦୨୦, ମହାବିଷୁବ ସ°କ୍ରାନ୍ତି, ଓଡ଼ିଆ ନବବର୍ଷ।

0

ମେଷ:-ଆଜି କୌଣସି ପ୍ରିୟବନ୍ଧୁଙ୍କ ଆଗମନର ସୂଚନା ପାଇବା ସାଙ୍ଗକୁ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ଆନୁଷ୍ଠାନିକ କାମରେ ସହଯୋଗ ଓ ସୁଖ ସମ୍ମାନ ପାଇ ଖୁସି ହେବେ । ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ ।

ବୃଷ:-ଆଜି ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ ଏବଂ ଭୋଗବିଳାସରେ ସମୟ କାଟିବେ । କର୍ମକ୍ଷେତ୍ରରେ ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ । ଶତ୍ରୁତା ଯୋଗୁ ସାମାନ୍ୟ ବିଚଳିତବୋଧ କରିପାରନ୍ତି ।ନିଜ କାମ ଛାଡି ପରକଥାରେ ମୁଣ୍ଡ ପୂରାଇ ସମସ୍ୟାକୁ ଡାକି ଆଣିବା ଠିକ୍‌ ନ ହୋଇପାରେ ।

ମିଥୁନ:-କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ଦିଗରେ ବନ୍ଧୁ ସାହାଯ୍ୟ କରିବେ । ଦୀର୍ଘଦିନରୁ ଦେଖି ନ ଥିବା ସାଙ୍ଗଟି ନିଜ ତରଫରୁ ସହଯୋଗର ହାତ ବଢାଇବ ଓ ହସି ହସି କଥା ଆରମ୍ଭ କରିବ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି କରିବେ ଏବଂ ଲାଭ ମଧ୍ୟ କିଛି କମ୍‌ ହେବନାହିଁ । ଆମତ୍ୀୟମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି ।

କର୍କଟ:-ଯେତେ ପ୍ରକାରର ବନେଇ ଚୁନେଇ କହିଲେ ମଧ୍ୟ ଆପଣଙ୍କ କଥା ଓ ଉଦ୍ଦେଶ୍ୟକୁ ଠିକ୍‌ ଭାବେ ଅନ୍ୟମାନେ ବୁଝିପାରିବେ ନାହିଁ । ନିରାଡମ୍ବର ଭାବରେ ଆଜିର ଆନୁଷ୍ଠାନିକ କାମ ଓ ବନ୍ଧୁମିଳନ ସମାହିତ ହେବ । ପରିବାରରେ ସଫଳତା ପାଇବା ସକାଶେ ଛୋଟମାନଙ୍କ ମତାମତକୁ ଅସମ୍ମାନ କରନ୍ତୁ ନାହିଁ ।

ସି˚ହ:-ପାରିବାରିକ କ୍ଷେତ୍ରରେ ମନୋମାଳିନ୍ୟ ଘଟିବା କାରଣରୁ ମନ ଭାରାକ୍ରାନ୍ତ ରହିବ ।ତଥାପି ପରକ୍ଷଣରେ ପୂର୍ବାବସ୍ଥା ଫେରିପାଇବା ସକାଶେ ବିଭିନ୍ନ ପ୍ରକାରର ଯୋଜନା କରି ସମସ୍ୟାକୁ ସୁଧାରିନେବେ । ବେଖାତିର ମନୋଭାବ ଓ କଟୁକ୍ତି ମନରେ ଦୁଃଖଦେଇପାରେ।

କନ୍ୟା:-ଆଜି ଆପଣ ଯେମିତି ଚାହିଁବେ ସେମିତି ପାଇବେ ,କିଛି ଅସୁବିଧା ହେବନି । ମନ ବୁଝିଲା ଭଳି କଥା କହି କର୍ମଚାରୀଟିର ଭୁଲ୍‌ ବୁଝାମଣାକୁ ସୁଧାରି ନେବାରେ ସମର୍ଥ ହେବେ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ । ପାରିବାରିକ ସ୍ତରରେ କେତେକ ସମସ୍ୟା ମାତ୍ର ବିଶେଷ କିଛି ଅସୁବିଧା ହେବ ନାହିଁ ।

ତୁଳା:-ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ ଆଶା କରୁଥିବା କାମଗୁଡିକ ନ ହେବା କାରଣରୁ ମନରେ ସରସତା ରହିବ ନାହିଁ । ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ ହେବେ, ଯାହା କି ଆପଣଙ୍କୁ ଧର୍ମସଙ୍କଟରେ ପକାଇପାରେ । ବାରମ୍ବାର ଚେଷ୍ଟା କରି ମଧ୍ୟ ପିଲା ମାନଙ୍କ ବିଳମ୍ବ ବିବାହକୁ ନେଇ ଚିନ୍ତା ବଢିଯାଇପାରେ ।

ବିଛା:-ପରିସ୍ଥିତିବଶତଃ ମନ କଥାକୁ ମନ ଭିତରେ ରଖି ଯନ୍ତ୍ରବତ୍‌ କାମ କରିବାକୁ ବାଧ୍ୟ ହେବେ । ବାଣିଜ୍ୟ ଓ ବ୍ୟବସାୟ ପାଇଁ ଦିନଟି ଭଲ,କିନ୍ତୁ ବେଶି ତକଲିପି ହେବାକୁ ପଡିବ । ଆଜି ଆପଣ ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି ।

ଧନୁ:-ଆଜି ପରିବାର ଭିତରେ ଛୋଟକଥାକୁ ନେଇ ମତପାର୍ଥକ୍ୟ ଦେଖାଦେଇପାରେ । କର୍ମକ୍ଷେତ୍ରରେ ପରସ୍ପର ଦୋଷାରୋପ କରି ଅଯଥା ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି । ସାମାଜିକ କ୍ଷେତ୍ରରେ ପଡୋଶୀମାନେ ଭୁରିଭୁରି ପ୍ରଶଂସା କରିବେ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ ।

ମକର:-ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ମାଧ୍ୟମରେ ସମସ୍ୟା ଗୁଡିକର ସରଳ ସମାଧାନ କରିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ । ଅଫିସରେ କଥା କଟା କଟି ହେତୁ ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କା ରହିଛି । ସାଇତି ରଖିଥିବା ଅର୍ଥ ଅନ୍ୟ ବାଟରେ ଖର୍ଚ୍ଚ ହୋଇଯାଇପାରେ । ଅଟକି ରହିଥିବା କାମଗୁଡିକୁ ଆଜି କରିପାରିବେ।

କୁମ୍ଭ:-ଆର୍ଥିକ ଅଭାବ ହିଁ ସମସ୍ତ ସମସ୍ୟାର ମୂଳ କାରଣ ହେବାର ସୂଚନା ରହିଛି । ଋଣ ଆଣିଥିବା ବ୍ୟକ୍ତି ବିଭିନ୍ନ ପ୍ରକାରର କଟୁକ୍ତି ପ୍ରକାଶ କରିପାରେ । ତଥାପି ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ସମସ୍ୟା ଆସିଲେ ମଧ୍ୟ ଆପଣ ଦୃଢ ମନୋବଳ ଯୋଗଁ ବହୁ ବିପଦରୁ ରକ୍ଷା ପାଇବେ । ନିଜ ପରିସରରେ ନିଜର ଲୋକମାନେ ମିଥ୍ୟା ଅଭିଯୋଗ କରିପାରନ୍ତି ।

ମୀନ:-ପରିବାରରେ ଭୁଲ୍‌ ବୁଝାମଣାରୁ ଆପଣ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି । ଆଲୋଚନା ପରିସରରେ ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଅବ୍ୟାହତ ରହିବ । ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ଅଯଥା ବାକ୍‌ବିତଣ୍ଡା ସୃଷ୍ଟି ହୋଇପାରେ । କଳା ସାହିତ୍ୟ ଓ ଚଳଚ୍ଚିତ୍ର ଦର୍ଶନ କ୍ଷେତ୍ରରେ ସମସ୍ୟାଗୁଡିକର ସମାଧାନ ହୋଇଯିବ।

Khansweb Solution Bhubaneswar

Leave A Reply

Your email address will not be published.