banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:- ଆଜି ମିତ୍ରତା ବୃଦ୍ଧି ଘଟିବ । କୌଣସି ପ୍ରିୟବନ୍ଧୁଙ୍କ ଆଗମନର ସୂଚନା ପାଇବା ସାଙ୍ଗକୁ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ଆନୁଷ୍ଠାନିକ କାମରେ ସହଯୋଗ ଓ ସୁଖ ସମ୍ମାନ ପାଇ ଖୁସି ହେବେ । ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ ।

ବୃଷ:-ଆନୁଷ୍ଠାନିକ କାମ ସକାଶେ ରୋହିଣୀ ନକ୍ଷତ୍ର ସକାଶେ ବିଶେଷ ଭାବେ ଧାଁ ଧପଡ କରିବାକୁ ପଡିପାରେ । ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ । ପୁରାତନ ରୋଗର ପୀଡ଼ା ଅନୁଭବ କରିପାରନ୍ତି । ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହେବାର ସମ୍ଭାବନା ରହିଛି ।

ମିଥୁନ:- ବିଭିନ୍ନ କାମରେ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ । ବିଭିନ୍ନ ସୂତ୍ରରୁ ଧାର,କରଜ କରି ଆବଶ୍ୟକତା ପୂରଣ କରିବାରେ ସମର୍ଥ ହେବେ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ରୋଗପୀଡା ନିୟନ୍ତ୍ରଣ ମଧ୍ୟରେ ରହିବ । ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ ।

କର୍କଟ:-ଆପଣ ଆଜି ଆତ୍ମୀୟମାନଙ୍କ ସହଯୋଗରେ କାର୍ଯ୍ୟସାଧନ ପୂର୍ବକ ସାମାଜିକ ସମ୍ମାନ ପାଇବେ । ହଜିଲା ଦିନର ଅଭୁଲା ସମୟଗୁଡିକୁ ମନେ ପକାଇ ଭାବ ବିଭୋର ହୋଇପାରନ୍ତି । କର୍ମକ୍ଷେତ୍ରର କେତେକ ଅବ୍ୟବସ୍ଥା ମାନସିକ ସ୍ଥିତିକୁ ନିରୁତ୍ସାହିତ କରିପାରେ । ଖାପଛଡା ମନୋଭାବରୁ ସାମୟିକ ଦୁଃଖୀ ହୋଇପାରନ୍ତି ।

ସି˚ହ:-ଆଜି ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଦୁଶ୍ଚିନ୍ତାର କାରଣ ହେବ । ବହୁ ପୂର୍ବରୁ ଚିନ୍ତା କରିଥିବା କାମକୁ ପୂର୍ଣ୍ଣାଙ୍ଗ କରି ଶାନ୍ତିରେ ନିଃଶ୍ୱାସ ମାରିବେ । ସାମୟିକ ମନରେ ଅଶାନ୍ତି ସୃଷ୍ଟି ହେଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ । ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ ।

କନ୍ୟା:-ଶନିଙ୍କ ସୁପ୍ରଭାବରେ ବିବାଦର ଅବସାନ ଘଟିବ କିନ୍ତୁ ପରିବାରରେ କଥା କଟାକଟି ଅଶାନ୍ତ ପରିବେଶ ସୃଷ୍ଟି କରିପାରେ । ଆପଣଙ୍କ କାମ ସୁବିଧାରେ ସମ୍ପନ୍ନ ହେବା ଦିଗରେ ଜଣେ ବିଜାତୀୟ ବ୍ୟକ୍ତିଙ୍କ ଅବଦାନ ଅବିସ୍ମରଣୀୟ ରହିବ । ନିଜ ପରିବାରର ବ୍ୟକ୍ତିଙ୍କ ଅସହଯୋଗ ମନୋଭାବରୁ ବ୍ୟଥିତ ହେବେ ।

ତୁଳା:- ନିକଟ ସମ୍ପର୍କୀୟମାନଙ୍କ ସହ କଳହର କାରଣ ହୋଇପାରେ । କିଛି ଅସୁବିଧା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ କିଛିନା କିଛି କାରଣକୁ ନେଇ ଟେନ୍ସନ ଲାଗିରହିବ । ଜମା ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନଙ୍କ ନିକଟରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

ବିଛା:- ଆପଣଙ୍କ ବ୍ୟବହାରରେ କୌଣସି ବ୍ୟତିକ୍ରମ ଘଟିଲେ ସମ୍ପର୍କକ ନଷ୍ଟ ହୋଇପାରେ । ସାଧାରଣ କଥାକୁ ନେଇ ଭୁଲ୍‌ ବୁଝାମଣା ହେତୁ ଦୀର୍ଘ ଦିନର ସୁସମ୍ପର୍କରେ ଭଟ୍ଟା ପଡିଯିବ । ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବା ବଦଳରେ ନିମ୍ନାଭିମୁଖୀ ହେବା କାରଣରୁ ଦୁଶ୍ଚିନ୍ତା ବୃଦ୍ଧିପାଇବ ।

ଧନୁ:-ଆଜି ଆପଣଙ୍କ ବିକୃତ ଚିନ୍ତାଧାରା ମନକୁ ଅସ୍ଥିର କରିପାରେ । ପ୍ରତ୍ୟେକ କ୍ଷେତ୍ରରେ ଭାଙ୍ଗିଯିବେ ପଛକେ ନଇଁବେ ନାହିଁ, ଏହିଭଳି କାମରୁ ଅନ୍ୟମାନଙ୍କର ଭଲ ଧାରଣା କ୍ରମଶଃ ବଦଳି ଯିବ । ପାରିବାରିକ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମରେ ଅବହେଳା କରିପାରିବେ ନାହିଁ ।

ମକର:- ଆପଣଙ୍କ ମନ ଆଜି ଉତ୍‌ଫୁଲ୍ଲିତ ରହିବ। ଅନ୍ୟ ପାଖରେ ବହୁତ ଦିନରୁ ରହିଯାଇଥିବା ବାକି ଟଙ୍କା ଆଜି ପାଇବେ । ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରାତନ ରୋଗରେ କଷ୍ଟ ପାଇପାରନ୍ତି । ଅନ୍ୟମାନଙ୍କ ଉପରେ ଭରସା କରି କିଛି କରିପାରିବେ ନାହିଁ ।

କୁମ୍ଭ:-ଶୁକ୍ର ଓ ଚନ୍ଦ୍ରଙ୍କ ସମସପ୍ତକ ଦୃଷ୍ଟି ଆପଣଙ୍କ ପରିବାର ଓ କର୍ମକ୍ଷେତ୍ରକୁ ସରସ ସୁନ୍ଦର କରିବ । କିନ୍ତୁ ଶତଭିଷା ନକ୍ଷତ୍ର ଯାହାକୁ ନିଜର ବୋଲି ମନେ କରିବେ ସେହିଁ ଧୋକା ଦେବାର ବହୁ ସମ୍ଭାବନା ରହିଛି । ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର ନକରିବା ବଡ ଭୁଲ୍‌ ହୋଇପାରେ । ପୁରାତନ ରୋଗ ମୁଣ୍ଡବ୍ୟଥାର କାରଣ ପାଲଟିଯିବ ।

ମୀନ:-ମୁଖଭାବପ୍ରତି କ୍ରୁରଗ୍ରହ ମଙ୍ଗଳଙ୍କ ଦୃଷ୍ଟିଜନିତ ଅପ୍ରିୟ ସତ୍ୟ ପ୍ରକାଶ କରିବା କାରଣରୁ ସମସ୍ୟା ଉପୁଜିପାରେ । ଘରେ ହେଉ କିମ୍ବା ବାହାରେ ହେଉ ମୁହଁରେ ନକହିଲେ ମଧ୍ୟ କିଏ ଭଲ ପାଇବେ ନାହିଁ । ନିକଟ ଅତୀତରେ ବହୁତ ଗୁଡାଏ ଟଙ୍କା ଖର୍ଚ୍ଚ କରିଥିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ ।

Khansweb Solution Bhubaneswar

Leave A Reply

Your email address will not be published.