banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ଆପଣଙ୍କ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ କରିବା ସକାଶେ ତପ୍ତର ରହିବେ  ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି ।  ସ୍ବାସ୍ଥ୍ୟରେ ସାମାନ୍ୟ ବତିକ୍ରମ ଦେଖା ଦେଇପାରେ ।  ସଙ୍ଗୀତ ଓ ଚଳଚ୍ଚିତ୍ର ଦର୍ଶନରୁ ଆନନ୍ଦ ଉପଭୋଗ କରିବେ ।

ବୃଷ:- ବନ୍ଧୁମାନଙ୍କ ପରାମର୍ଶ ଅନୁଯାୟୀ ହଠାତ୍‌ ନୂତନ ଯୋଜା ଆରମ୍ଭ କରିପାରନ୍ତି ।  ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବହୁତଗୁଡିଏ କାମ ହାତକୁ ନେବା ଦ୍ୱାରା ଟେନସନ ବୃଦ୍ଧି ପାଇବ ।  କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ,ମାତ୍ର ତାହା ନିଜ ସପକ୍ଷରେ ଯିବାର ସମ୍ଭାବନା ରହିଛି ।

ମିଥୁନ:-ଆଜି ମନ ପ୍ରଫୁଲ୍ଲ ରହିବ। ଶ୍ରୁତିମଧୁର କଥା କହି ପରକୁ ଆପଣାର କରିବେ ।  ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ କିନ୍ତୁ ପରିବାରରେ ବିବାଦୀୟ ପରିସ୍ଥିତିର ସୂଚନା ରହିଛି ।  ସାମାଜିକ ଓ ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ ।  ସରକାରୀ କ୍ଷେତ୍ରରୁ ଉପକୃତ ହେବେ ।

କର୍କଟ:-ଆଜି ଆପଣଙ୍କ ମାନସିକ ସ୍ଥିତି ବିଶେଷ ଭଲ ରହି ନ ପାରେ ।  ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ ।  ହାତକୁ ନେଇଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବାରେ ସମ୍ପର୍କୀୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ ।  ଶିଳ୍ପ, ବାଣିଜ୍ୟରେ ସଫଳତା ହାସଲ କରିବେ ।

ସି˚ହ:- କର୍ମକ୍ଷେତ୍ରରେ ଉଚ୍ଚ ଆଶା କରି ନିରାଶ ହେବେ ।  ପାରସ୍ପରିକ ମତଭେଦ କାରଣରୁ ଘରୋଇ ସମସ୍ୟା ହେତୁ ମାନସିକ ଶାନ୍ତି ବ୍ୟାହତ ହେବ । ଦୀର୍ଘ ଦିନରୁ ଚାହୁଁଥିବା ସୁଯୋଗ ହାତଛଡା ହୋଇପାରେ । ବହୁତ ଦିନହେଲା ସ୍ଥଗିତ କାମ ସକାଶେ ମନସ୍ତାପ କରିପାରନ୍ତି ।

କନ୍ୟା:-ଆଜି ପରିବାରରେ ଅଶାନ୍ତିର ବାତାବରଣରୁ ଦୁଃଖୀ ହୋଇ ପାରନ୍ତି ।  ସାମାଜିକ ସ୍ତରରେ ଧର୍ମକାର୍ଯ୍ୟ କରି ଏବଂ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ।  ବନ୍ଧୁ ମାନେ ନିଜର ଫାଇଦା ହାସଲ କରିବା ଲାଗି ମନ ବଳାଇପାରନ୍ତି ।  ବ୍ୟବସାୟ କିମ୍ବା ପରିବହନରେ ଝଗଡା ଲାଗିପାରେ ।

ତୁଳା:-ବିଭିନ୍ନ ଯୋଜନାର ଯେଉଁ କାମ ହାତକୁ ନେବେ ସେହି ଦିଗରେ ଶନିଙ୍କ ପ୍ରଭାବରେ ବିଜାତୀୟବ୍ୟକ୍ତିଙ୍କ ସାହାଯ୍ୟ,ସହଯୋଗ ବିଶେଷଭାବେ ରହିବ ।  ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ ଏବଂ ନିର୍ମାଣ କାର୍ଯ୍ୟ ମଧ୍ୟ ଅଟକିବ ନାହିଁ ।  ଆଜି ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁ ମିଳନରୁ ଉତ୍ସାହିତ ହେବେ ।

ବିଛା:-ଚନ୍ଦ୍ରଙ୍କ ପ୍ରଭାବରେ ଭାବ ପ୍ରବଣତାରେ ଭାସିଯାଇ ଆପଣଙ୍କର କୌଣସି ମନ୍ତବ୍ୟକୁ ବନ୍ଧୁ ନାପସନ୍ଦ କରିପାରନ୍ତି ।  କାର୍ଯ୍ୟହାନି କାରଣରୁ ମାନସିକସ୍ଥିତି କେତେକାଂଶରେ ଠିକ୍‌ ରହି ନ ପାରେ ।  ବ୍ୟବସାୟ କ୍ଷେତ୍ରରେ ଅର୍ଥାତ୍‌ କିଣାବିକାରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି ।  ପୁରୁଣା କଥାରୁ ଓଲଟା ଫଳ ପାଇବେ।

ଧନୁ:-ଆଜି ପରିବାର ଓ କର୍ମକ୍ଷେତ୍ରକୁ ଶୃଙ୍ଖଳିତ କରିରଖିବ ।  କିନ୍ତୁ ମାନସିକ ଦୁଶ୍ଚିନ୍ତା ବଢିଯିବା ଦ୍ୱାରା କାମଗୁଡିକ ମଧ୍ୟ ଶୃଙ୍ଖଳିତ ହେବ ନାହିଁ ।  ବୃହସ୍ପତି ନୀଚଭାବରେ ବଳହୀନ ହୋଇଥିବାରୁ ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ଆପଣଙ୍କୁ ବହୁମୂଲ୍ୟ ଦେବାକୁ ପଡିପାରେ ।

ମକର:-ଆଜି ଉଚ୍ଚ ଚିନ୍ତା କରିବେ ଏବଂ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ ।  କିନ୍ତୁ ଆତ୍ମୀୟ ମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରି ପାରନ୍ତି ।  ଦୀର୍ଘଦିନରୁ ବାକି ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ।  ପିଲାଙ୍କ ଆଚରଣଗତ ତ୍ରୁଟିରୁ ସମସ୍ୟା ଆସିବା ଦ୍ୱାରା କଷ୍ଟ ପାଇବେ।

କୁମ୍ଭ:-ସାଧାରଣ କଥାରେ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି, ମାତ୍ର ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ ।  ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ କିନ୍ତୁ ବାଧା,ବିଘ୍ନ ଓ ପ୍ରତିବନ୍ଧକ ଲାଗିରହିବ ।  ଅର୍ଥସମ୍ପର୍କକୁ କିମ୍ବା ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିପାରେ ।  ପର କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି ।

ମୀନ:-ଅପ୍ରିୟ ସତ୍ୟଭାଷଣରୁ କର୍ମକ୍ଷେତ୍ରରେ ସମସ୍ୟାରେ ପଡ଼ି ଅପଦସ୍ଥ ହୋଇପାରନ୍ତି ।  ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ କିମ୍ବା ରାଜନୀତିରେ ଚେଷ୍ଟା କଲେ ସଫଳତା ହାସଲ କରିପାରିବେ ।  ବିଶୃଙ୍ଖଳିତ ପୁତ୍ରକନ୍ୟାଙ୍କ ହେତୁ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି ।  ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ।

Khansweb Solution Bhubaneswar

Leave A Reply

Your email address will not be published.