banner
Breaking

ରସଗୋଲାକୁ ମିଳିଲା ଜି ଆଇ ମାନ୍ୟତା।ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର, ୨୯ା୭(ଓଡ଼ିଆ ନ୍ୟୁଜ): ଆଜି ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଛି। ଏହି ପ୍ରସଙ୍ଗରେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ରସଗୋଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୋଗର ଏକ ଅଂଶ ଅଟେ ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ଏହା ଓଡ଼ିଆଙ୍କ ପାଇଁ ମିଠା ଖବର । ରସଗୋଲା ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ରସଗୋଲାକୁ ନେଇ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଲାଗି ରହିଥିଲା । ଦ୍ରବ୍ୟର ଭୌଗୋଳିକ ପରିଚୟ ଆଇନରେ ରସଗୋଲାକୁ ଏହି ଜିଆଇ ଟ୍ୟାଗ୍ ମିଳିଛି । ମାର୍ଚ୍ଚ ୨୭ରୁ ଆବେଦନ ଉପରେ ମତାମତ ଦେବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.