banner
Breaking

ରାମ ମନ୍ଦିର ଓ ବାବରୀ ମସଜିଦ୍ ମାମଲାର ଶୁଣାଣି ଆରମ୍ଭ

0

ନୂଆଦିଲ୍ଲୀ,୬/୮: ଅଯୋଧ୍ୟାରେ ରାମଜନ୍ମଭୂମି-ବାବରୀ ମସଜିଦ୍ ବିବାଦକୁ ନେଇ ସୁପ୍ରିମକୋର୍ଟରେ ଦୈନନ୍ଦିନ ଶୁଣାଣି ଆଜିଠାରୁ ଆରମ୍ଭ ହୋଇଯାଇଛି । ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରୁଛନ୍ତି । ତେବେ ଜଷ୍ଟିସ୍ ଏସ୍.ଏ. ବୋବଡେ, ଡି.ୱାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‍.ଏ. ନଜିର୍‍ଙ୍କ ସାମ୍ବିଧାନିକ ଖଣ୍ଡପୀଠ ଗତ ଦୁଇ ତାରିଖରେ ମଧ୍ୟସ୍ଥ କମିଟି ଦ୍ୱାରା ଦିଆଯାଇଥିବା ରିପୋର୍ଟ ଆଧାରରେ ଏହି ମାମଲାର ଦୈନନ୍ଦିନ ଶୁଣାଣି ପାଇଁ ନିଷ୍ପତ୍ତି ନେଇଥିଲେ ।

ତେବେ ମଧ୍ୟସ୍ଥତା ଜରିଆରେ ରାମ ଜନ୍ମଭୂମି ବାବ୍ରି ମସ୍‍ଜିଦ୍‍ ଜମି ବିବାଦ ମାମଲାର ଆପୋଷ ସମାଧାନ ନ ହୋଇପାରିବା ପରେ ଆଜିଠାରୁ ଏ ସଂକ୍ରାନ୍ତୀୟ ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି । ଏହା ସହ ରାମ ମନ୍ଦିର ମାମଲାରେ ସିଧା ପ୍ରସାରଣ କରିବା ଦାବିକୁ ଖାରିଜ କରିଛନ୍ତି ସୁପ୍ରିମକୋର୍ଟ ।

Khansweb Solution Bhubaneswar

Leave A Reply

Your email address will not be published.