ଏଲ୍ ପି ଟିମ୍‌ ପକ୍ଷରୁ ସୁରକ୍ଷା ପ୍ରଦାନକାରୀଙ୍କ ହାତରେ ରାକ୍ଷା ବନ୍ଧନ

ଚନ୍ଦ୍ରଶେଖରପୁର : ପବିତ୍ର ଗହ୍ମା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ ଅବସରରେ ଲେଡି ପ୍ରୋଟେକ୍ଟ ଟିମ୍ ପକ୍ଷରୁ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯାଇଛି । ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ପୁଲିସ ଓ ଅଗ୍ନିଶମ ଅଧିକାରୀଙ୍କ ହାତରେ ରାକ୍ଷୀ ବାନ୍ଧି ଶୁଭକାମନା ଜଣାଇଛନ୍ତି ଟିମର ସଦସ୍ୟ । ଆଜି ଟିମର ସଦସ୍ୟମାନେ ଏକତ୍ରିତ ହୋଇ ପ୍ରଥମେ ଚନ୍ଦ୍ରଶେଖରପୁର ଥାନାରେ ପହି ଥିଲେ । ସେଠାରେ ଥାନା ଭାରାପ୍ରାପ୍ତ ଅଧିକାରୀଙ୍କ ସମେତ ସମସ୍ତ ପୁଲିସ ଅଧିକାରୀ, ଏମିତିକି ମହିଳା ଅଧିକାରୀଙ୍କୁ ଓଡିଆ ଘରର ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ଓ ବନ୍ଧାପନା କରି ମିଠା ଖୁଆର ରାକ୍ଷୀ ବାନ୍ଧି ଥିଲେ । ଏହା ପରେ ଇନଫୋସିଟି ଥାନା ଓ ଚନ୍ଦ୍ରଶେଖରପୁର ଦମକଳ କେନ୍ଦ୍ରେରେ ପହି ସମସ୍ତ ଅଧିକାରୀ ମାନଙ୍କୁ ରାକ୍ଷୀ ବାନ୍ଧି ଶୁଭକାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଟିମର ସଭାପତି ରମାକାନ୍ତ ସ୍ୱାଇଁ, ସମ୍ପାଦକ ଅନ୍ନିରୁଦ୍ଧ ଲେଙ୍କା, ପ୍ରଭାସିନୀ ସାହୁ, ପ୍ରୀତିନନ୍ଦା ଖିଲାର, ତିଳୋମା ପାତ୍ର, ପ୍ରମିଳା ପ୍ରଧାନ, ବବିତା ମଲ୍ଲିକ, ଅମିତ୍ କୁମାର ଚୌଧୁରୀଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।