banner
Breaking

କେନ୍ଦ୍ରରେ ପାରିତ ହେଲା ବିଲ୍। ବହୁ ବର୍ଗର ଲୋକଙ୍କୁ ମିଳିବ ସୁବିଧା

0

ନୂଆଦିଲ୍ଲୀ , ୩୧ା୭(ଓଡ଼ିଆ ନ୍ୟୁଜ): ପୋଷକ ସାର ସବସିଡ଼ି ହାରକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ହୋଇଛି । ଫସଫେଟ ଓ ପୋଟାସିୟମ ସାର ଉପରେ କେନ୍ଦ୍ର ସରକାର ରିହାତି ଦେବେ । ୨୦୧୯-୨୦ ପାଇଁ ରିହାତିରେ ଖର୍ଚ୍ଚ ହେବ ୨୨ହଜାର ୮୭୫କୋଟି ଟଙ୍କା ।
ସେହିପରି ରୁଷିଆ ଓ ପଡ଼ୋଶୀ ଦେଶ ମହାକାଶୀୟ ସମ୍ପର୍କ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି । ଜାତିସଂଙ୍ଘର ଅନ୍ତର୍ଜାତୀୟ ମଧ୍ୟସ୍ଥତା ଚୁକ୍ତି ସ୍ୱାକ୍ଷର ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଥିବା ବେଳେ ପୁଞ୍ଜି ନିବେଶକଙ୍କ ବିବାଦର ବିକଳ୍ପ ସମାଧନ ପାଇଁ ପଦକ୍ଷେପ ନିଆଯିବ ।
ଆଇଏସଆରଓ ଓ ବଲିଭିଆ ମହାକାଶ ଗବେଷଣା ସଂସ୍ଥା ମଧ୍ୟରେ ଏମଓୟୁ କୁ ମଞ୍ଜୁରି ଦିଆଯାଇଛି । ଶାନ୍ତି ପାଇଁ ମହାକାଶୀୟ ଆବିଷ୍କାର ଓ ସହଯୋଗ ପାଇଁ ବୁଝାମଣା ହୋଇଛି । ମସ୍କୋରେ ଆଇଏସଆରଓ ଏକ ବୈଷୟିକ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଜାମ୍ମୁକାଶ୍ମୀର ସଂରକ୍ଷଣ ସଂଶୋଧନ ବିଲକୁ କ୍ୟାବିନେଟ ମଞ୍ଜୁରି କରିଥିବା ବେଳେ ଆର୍ଥିକ ଅନଗ୍ରସରଙ୍କୁ ଶିକ୍ଷା ଓ ଚାକିରିରେ ୧୦% ସଂରକ୍ଷଣ ମିଳିବ । ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥା ସହ ୧୦% ସଂରକ୍ଷଣ ଲାଗୁ ହେବ । 
ଚିଟଫଣ୍ଡ ବିଲ୍ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି ହୋଇଛି । ବିଲକୁ ସଂସଦରେ ଉପସ୍ଥାପନ ପାଇଁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ବିଲରେ ଚିଟଫଣ୍ଡ ନିବେଶକଙ୍କ ଅର୍ଥ ସୁରକ୍ଷା ପାଇଁ ବ୍ୟବସ୍ଥା ରହିଛି । ପଞ୍ଜୀକୃତ ଚିଟଫଣ୍ଡ ସଂସ୍ଥାଙ୍କ ବୋଝ ହ୍ରାସ କରିବାକୁ ବିଲରେ ବ୍ୟବସ୍ଥା ହୋଇଛି ।
ସେହିପରି ରାଜ୍ୟସଭାରେ ଆଗତ ହୋଇଛି ମୋଟର ଭେଇକିଲ ସଂଶୋଧନ ବିଲ୍ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ବିଲ୍ ଉପସ୍ଥାପିତ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.