banner
Breaking

ଜୁନ ୧୦ ରେ ରାଜ୍ୟସଭା ନିର୍ବାଚନ, ଓଡ଼ିଶାର ୩ଟି ଆସନରେ ଭୋଟ

0

ନୂଆଦିଲ୍ଲୀ,୧୨ ।୫: ନିର୍ବାଚନ କମିଶନ ଗୁରୁବାର ରାଜ୍ୟ ସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବାକୁ ଘୋଷଣା କରିଛନ୍ତି । ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ୧୫ ରାଜ୍ୟର ମୋଟ ୫୭ ରାଜ୍ୟ ସଭା ଆସନ ଲାଗି ଜୁନ ୧୦ରେ ଭୋଟ ଗ୍ରହଣ କରାଯିବ । ଏଥିମଧ୍ୟରୁ ଉତ୍ତର ପ୍ରଦେଶ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ଉତ୍ତର ପ୍ରଦେଶରେ ୧୧ ଆସନ ଖାଲି ହେଉଛି , ଯାହା ପାଇଁ ରାଜ୍ୟ ସଭା ନିର୍ବାଚନ ହେବ ।

ଯେଉଁ ସବୁ ରାଜ୍ୟରେ ରାଜ୍ୟ ସଭା ନିର୍ବାଚନ ହେବ ସେଥିମଧ୍ୟରେ ରହିଛି ଆନ୍ଧ୍ର ପ୍ରଦେଶର ୪ ଆସନ, ତେଲେଙ୍ଗାନାର ୨, ଛତିଶଗଡ଼ ୨, ମଧ୍ୟପ୍ରଦେଶ ୩, ତାମିଲନାଡୁ ୬, କର୍ନାଟକ ୪, ଓଡ଼ିଶା ୩, ମହାରାଷ୍ଟ୍ର ୬, ପଞ୍ଜାବ ୨, ରାଜସ୍ଥାନ ୪, ଉତ୍ତରାଖଣ୍ଡ ୧, ବିହାର ୫, ଝାଡ଼ଖଣ୍ଡ ୨ ଓ ହରିୟାଣାର ୨ଟି ଆସନ ପାଇଁ ମତଦାନ କରାଯିବ । ଏହାର ନେଟିଫିକେଶନ ୨୪ ମେ’ରେ ଜାରି କରାଯିବ, ସେହିପରି ୩୧ ମେ’ ନାମାଙ୍କନ ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି ।
ନୋମିନେଶର ସ୍କୃଟନି ଜୁନ ୧ ତାରିଖରେ ସ୍ଥିର ହେବ । ସେହିପରି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଜୁନ ୩ ରଖାଯାଇଛି । ସମସ୍ତ ୫୭ଟି ଯାକ ଆସନରେ ୧୦ ଜୁନ ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଏହାପରେ ୧୦ ଜୁନରେ ହିଁ ସନ୍ଧ୍ୟା ୫ଟାରେ ଭୋଟ ଗଣନା କରାଯିବ ।

Khansweb Solution Bhubaneswar

Leave A Reply

Your email address will not be published.