banner
Breaking

ପାଞ୍ଚଟି ପିଲା ଜନ୍ମ ଦେଲେ ମହିଳା।

0

ଜୟପୁର, ୧୩ା୧୦(ବ୍ୟୁରୋ) : ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକା ସାଙ୍ଗରେ ପାଞ୍ଚଟି ପିଲାକୁ ଜନ୍ମ ଦେଇଛନ୍ତି ଜଣେ ମହିଳା।ରାଜସ୍ତାନର ସାଙ୍ଗାନେର ବାସିନ୍ଦା ରୁକସାନା(୨୫) ଶନିବାର ଜୟପୁର ହସ୍ପିଟାଲରେ ୫ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଏକ ନବଜାତ ପୁତ୍ର ସନ୍ତାନ ମୃତ୍ୟୁବରଣ କରିଥିବାବେଳେ ଅନ୍ୟମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଲତା ରାଜୋରିୟା ପ୍ରକାଶ କରିଛନ୍ତି। ଏହି ଅଣବିକଶିତ ଶିଶୁଙ୍କ ମଧ୍ୟରେ ୨ ପୁଅ ଓ ୨ ଝିଅ ଅଛନ୍ତି। ସେମାନଙ୍କୁ ମେଡିକାଲ ଅବ୍‌ଜର୍ଭେସନରେ ରଖାଯାଇଛି। ଏହା ଏକ ବିରଳ ଘଟଣା ହୋଇଥିବାବେଳେ ମେଡିକାଲ ଇତିହାସରେ ଏଭଳି ଘଟିଥିବା ଡାକ୍ତର ପ୍ରକାଶ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.