banner
Breaking

ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର।

0

ଜୟପୁର,୧୯।୫: କରୋନା ସଂକ୍ରମଣରୁ ଠିକ୍‌ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଦେଖାଦେଉଥିବା ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର। ରାଜସ୍ଥାନ ମହାମାରୀ ଅଧିନିୟମ ୨୦୨୦ ଅନୁଯାୟୀ ବୁଧବାର ସମଗ୍ର ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ବୋଲି ଘୋଷଣା କରାଯାଇଛି। ରାଜ୍ୟର ଚିକିତ୍ସା ଓ ସ୍ବାସ୍ଥ୍ୟ ବିଭାଗ ଏନେଇ ଏକ ଅଧିସୂଚନା ଜାରି କରିଛନ୍ତି। ମୁଖ୍ୟ ଶାସନ ସଚିବ ଅଖିଲ ଅରୋରା ଜାରି କରିଥିବା ଅଧିସୂଚନା ଅନୁସାରେ କରୋନା ଭାଇରସ୍‌ ସଂକ୍ରମଣ ପ୍ରଭାବ ଯୋଗୁ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବ୍ଲାକ୍‌ ଫଙ୍ଗସ୍‌ କରୋନା ସଂକ୍ରମଣର ପାର୍ଶ୍ୱପ୍ରତିକ୍ରିୟା ଭାବେ ଦେଖାଦେଇଛି। ତେଣୁ କୋଭିଡ-୧୯ ଓ ବ୍ଲାକ୍‌ ଫଙ୍ଗସ୍‌ର ସମନ୍ବିତ ଓ ସମନ୍ବିତ ଚିକିତ୍ସାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.