banner
Breaking

ସରିଲା ପ୍ରଚାର କାଲି ଅସଲି ଲଢେ଼ଇ।

0

କୋଲକାତା,୨୬ା୩:ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ହାଇଭୋଲ୍ଟେଜ ପ୍ରଚାର ଥମିଛି। ଏହି ପର୍ଯ୍ୟାୟରେ ଶନିବାର ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆସାମର ୪୭ ଓ ପଶ୍ଚିମବଙ୍ଗର ୩୦ ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ କରାଯିବ।
ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୫ ଜିଲା ପଶ୍ଚିମ ମେଦିନୀପୁର (ପ୍ରଥମ ଭାଗ), ପୂର୍ବ ମେଦିନୀପୁର (ପ୍ରଥମ ଭାଗ), ବାଙ୍କୁରା, ଝାରଗ୍ରାମ ଓ ପୁରୁଲିଆର ୩୦ ଆସନରେ ମତଦାନ ହେବ। ଆଦିବାସୀ ବହୁଳ ଏହି ୩୦ ଆସନକୁ ଏକଦା ବାମପନ୍ଥୀଙ୍କ ଗଡ଼ ବିବେଚନା କରାଯାଉଥିଲା। ଏହି ଆସନଗୁଡ଼ିକ ପାଇଁ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ଜୋର୍‌ଦାର ପ୍ରଚାର କରିଛନ୍ତି। ସେହିପରି ଭାଜପାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, ଦଳର ଅଧ୍ୟକ୍ଷ ଜେ.ପି. ନଡ୍ଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ପ୍ରଚାର ମଇଦାନରେ ଉଷ୍ମତା ଭରିଦେଇଛନ୍ତି।
ଆସାମର ୪୭ ଆସନର ମଇଦାନକୁ ୨୬୪ ପ୍ରାର୍ଥୀ ଓହ୍ଲାଇଛନ୍ତି। ଶନିବାର ୮୧,୦୯,୮୧୫ ଭୋଟର ସେମାନଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ଏଠାରେ ଭାଜପା ନିଜ ସମ୍ମାନ ରକ୍ଷା ପାଇଁ ପୁଣିଥରେ କ୍ଷମତାକୁ ଆସିବା ପାଇଁ ଆସୋମ ଗଣ ପରିଷଦ ଏବଂ ୟୁନାଇଟେଡ୍‌ ପିପୁଲ୍ସ ପାର୍ଟି ଲିବରାଲ ସହ ମେଣ୍ଟ କରିଛି। କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟରେ ଏଆଇୟୁଡିଏଫ୍‌, ସିପିଆଇ, ସିପିଏମ୍‌, ସିପିଆଇଏମ୍‌ଏଲ୍‌, ଆଞ୍ଚଳିକ ଗଣ ମୋର୍ଚ୍ଚା ଓ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ ରହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.