banner
Breaking

ରାଜନଗର ଜନପ୍ରିୟ ବିଧାୟକ ଧ୍ରୁବ ସାହୁଙ୍କ ବିଭିନ୍ନ ଅଞ୍ଚଳ ପରିଦର୍ଶନ।

0

ରାଜନଗର,୧୮/୫,(ଓଡ଼ିଆ ନ୍ୟୁଜ) ବଙ୍ଗୋପସାଗରରେ ସୃଷ୍ଟ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ଅମ୍ପନ୍ ଆସନ୍ତା ୬ ଘଣ୍ଟା ମଧ୍ୟରେ ଏକ୍ସଟ୍ରିମ୍‌ଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଅର୍ଥାତ୍‌ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ବୁଲେଟିନ୍‌ରେ ଏନେଇ ସୂଚନା ଦିଆଯାଇଛି।

ଏହା ଏବେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଆଡ଼କୁ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଗତି କରୁଛି। ଅମ୍ପନ୍ ଏବେ ପାରଦୀପ ଠାରୁ ୮୨୦ କିଲୋମିଟର ଦୂରରେ ରହିଛି। ସେହିପରି ଦୀଘାଠାରୁ ଦକ୍ଷିଣ-଼ ଦକ୍ଷିଣପଶ୍ଚିମକୁ ୯୮୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ଅତି ଭୀଷଣ ବାତ୍ୟାର ରୂପ ନେବାପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗ ଆଡ଼କୁ ମୁହାଁଇବ।

ମେ’ ୨୦ ତାରିଖରେ ଅମ୍ପନ୍‌ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାଟି‌ଆ ଦ୍ୱୀପ ମଧ୍ୟରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୮୦ କିଲୋମିଟର ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି।


ଉପକୂଳ ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲା ଅଧିକ ପ୍ରଭାବିତ ହୋଇପାରେ। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ସମ୍ଭାବ୍ୟ ବାତ୍ୟା ଅମ୍ଫାନର ତୀବ୍ରତାକୁ ଲକ୍ଷରେ ରଖି ସଦାସର୍ବଦା ଲୋକଙ୍କ ସହିତ ରହୁଥିବା ରାଜନଗରର ଜନପ୍ରିୟ ବିଧାୟକ ଧ୍ରୁବ ଚରଣ ସାହୁ ରାଜନଗର ବ୍ଲକ୍ ଅନ୍ତର୍ଗତ ପେଣ୍ଠ , ପ୍ରସନ୍ନପୁର , ନାଉକୋଣା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିବା ସହ ପ୍ରସ୍ତୁତି ସମ୍ପର୍କରେ ସ୍ଥାନୀୟ ନେତୃମଣ୍ଡଳୀ ଓ ଜନସାଧାରଣ ଙ୍କ ସହିତ ଆଲୋଚନା କରିଛନ୍ତି। ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.