banner
Breaking

ଅଦିନିଆ ବର୍ଷା ନେଲା ୬ ଜୀବନ।

0

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ସ୍ଥାନାରେ ବଜ୍ରାଘାତରେ ବୁଧାବାର ୬ ଜଣଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲା ଧରୁଆଡିହି ଗାଁରେ ୨ଜଣ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି।  ସେମାନେ କେନ୍ଦୁପତ୍ର ତୋଳିବାକୁ ଯାଇ ବର୍ଷା ହେବାରୁ ଗଛମୂଳେ ଛିଡ଼ା ହୋଇଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ।ସେହିପରି ବଜ୍ରାଘାତରେ କଣ୍ଟାବାଞ୍ଜି କୋରୁଆମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶରଗୁଳ ଗ୍ରାମର ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ବଟକରି ଗ୍ରାମରେ ମଇଁଷି ଚରାଇବାକୁ ଯାଇଥିବା ଜଣେ ବାଳକର ମୃତ୍ୟୁ ଘଟିଛି।

କେନ୍ଦୁଝର ଜିଲା କଣ୍ଡ୍ରାପଶି ଗାଁରେ ଗୋରୁ ଚରାଉ ଥିବାବେଳେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ସେହିପରୁ ଜଗତସିଂହପୁର ଜିଲା ବାଲିକୁଦା ଥାନାଅନ୍ତର୍ଗତ ଅପଣ୍ଡରାର ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

Khansweb Solution Bhubaneswar

Leave A Reply

Your email address will not be published.