banner
Breaking

ଆଜି ୨୨ଟି ଜିଲ୍ଲାରେ ହେବ କାଳବୈଶାଖୀ

0

ଭୁବନେଶ୍ୱର,୬ା୫(ବ୍ୟୁରୋ): ଶୁକ୍ରବାର ୨୨ଟି ଜିଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

କାଳବୈଶାଖୀ ପ୍ରଭାବରେ ଅନେକ ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା କେନ୍ଦ୍ର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଆଜି କାଳବୈଶାଖୀ ପ୍ରଭାବରେ ସକାଳୁ ବର୍ଷା, ପବନ ଆରମ୍ଭ ହୋଇଯାଇଛି। ରାଜଧାନୀ ସମେତ ୬ ଜିଲାରେ ବର୍ଷା ସହ ପବନ, ଘଡ଼ଘଡ଼ି ଲାଗି ରହିଛି। କଟକ, ଖୋର୍ଦ୍ଧା, ଅନୁଗୋଳ, ନୟାଗଡ଼, ଗଞ୍ଜାମ ଓ ପୁରୀରେ ବର୍ଷା ହେଉଛି।

Khansweb Solution Bhubaneswar

Leave A Reply

Your email address will not be published.