banner
Breaking

୧୧ ରୁ ଘଡଘଡି ସହିତ ବର୍ଷା

0

ଭୁବନେଶ୍ୱର,୯।୧(ବ୍ୟୁରୋ): ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ଗୁରୁଚାପ ବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ। ଅନ୍ୟପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ନିଂ ଜାରି କରିଛି । ୧୧ ତାରିଖରେ ଘଡ଼ଘଡ଼ି ସହ ବର୍ଷା ନେଇ ପଶ୍ଚିମ ଓଡ଼ିଶାର ୭ଟି ଜିଲାକୁ ୟେଲୋ ୱାର୍ନିଂ ଦିଆଯାଇଛି । ବରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲାକୁ ସତର୍କ ସୂଚନା ରହିଛି । ସେହିଭଳି ୧୨ ତାରିଖରେ ଘଡ଼ଘଡ଼ି ବର୍ଷା ଓ କୁଆପଥର ବୃଷ୍ଟି ନେଇ କଳାହାଣ୍ଡି, କନ୍ଧମାଳ, ଅନଗୋଳ, ବୌଦ୍ଧ, କଟକ, ନୟାଗଡ଼, ଢେଙ୍କାନାଳ ଜିଲାକୁ ୟେଲୋ ୱାର୍ନିଂ ଦିଆଯାଇଛି ।
୧୩ ତାରିଖରେ ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ ଜିଲାକୁ ୟେଲୋ ୱାର୍ନିଂ ଦିଆଯାଇଛି । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ଆସନ୍ତା ୨ ଦିନ ମଧ୍ୟରେ ବୃଦ୍ଧି ପାଇବ । ଫଳରେ ତାପମାତ୍ରା ବୃଦ୍ଧି ପାଇ କମ ଶୀତ ରାଜ୍ୟରେ ଅନୁଭୂତ ହେବ ।

Khansweb Solution Bhubaneswar

Leave A Reply

Your email address will not be published.