banner
Breaking

ରାଜ୍ୟରେ ୫ ଓ ୬ ରେ ବର୍ଷା ସମ୍ଭାବନା।

0

ଭୁବନେଶ୍ୱର,୩୧।୧(ବ୍ୟୁରୋ): ଆସନ୍ତା ୫ ଓ ୬ ଦୁଇଦିନ ଧରି ଆଭ୍ୟନ୍ତରୀଣ ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଟ୍ରପ୍‌ ଲାଇନ, ବଙ୍ଗୋପସାଗର ଏବଂ ଆରବସାଗର ପଟୁ ପ୍ରବାହିତ ବାୟୁ ରାଜ୍ୟରେ ବର୍ଷା କରାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିଯୋଗୁ ଢେଙ୍କାନାଳ, ଅନୁଗୋଳ, ବରଗଡ, ସୁନ୍ଦରଗଡ, ସମ୍ବଲପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଆଦି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୧ ତାରିଖରୁ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି।
ରାଜ୍ୟରେ ପ୍ରଥମ ଥର ଲାଗି ଶନିବାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗଜପତି ଜିଲାର ଆର. ଉଦୟଗିରିରେ ୨ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ନୂଆପଡା ୨, ସମ୍ବଲପୁରର ବୁର୍ଲାରେ ୨, ଝାରସୁଗୁଡ଼ାର ଲଖନପୁରରେ ୨, ଲଇକେରାରେ ୧, ସୁନ୍ଦରଗଡ଼ର ହେମଗିରିରେ ୧, ହୀରାକୁଦ, ବରଗଡ଼ର ଅତାବିରା, ରାୟଗଡା, ଗଞ୍ଜାମର ମାଧମରିଡା, ଗଜପତିର ମହେନ୍ଦ୍ରଗଡ, କୁଚିଣ୍ଡା, ଜମନକିରା, ସମ୍ବଲପୁରରେ ୧ ସେଣ୍ଟିମିଟର ଲେଖାଏ ବର୍ଷା ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.