banner
Breaking

ଆଜି ବହୁ ଜିଲ୍ଲାକୁ ବର୍ଷା ସମ୍ଭାବନା।

0

ଭୁବନେଶ୍ୱର, ୮ା୧୦(ଓଡ଼ିଆ ନ୍ୟୁଜ): ଆଜି ରାଜ୍ୟର ଅନେକ ଜିଲାରେ ଝଡ଼ତୋଫାନ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼, ବଲାଙ୍ଗୀର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ବଜ୍ରପାତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ବାଲେଶ୍ୱର ଓ ଭଦ୍ରକ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ସେଥିପାଇଁ ଦିନ ୧୨ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଉକ୍ତ ଜିଲାବାସୀଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ରାୟଗଡ଼ା, କୋରାପୁଟ, ମାଲକାନଗିରି, ସମ୍ବଲପୁର, ଦେବଗଡ଼ ଆଦି ୫ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

Khansweb Solution Bhubaneswar

Leave A Reply

Your email address will not be published.