banner
Breaking

ରେଲୱେ ଷ୍ଟେସନରେ କିପରି ମାଗଣାରେ ବ୍ୟବହାର କରିବେ ଇଣ୍ଟରନେଟ

0

ନୂଆଦିଲ୍ଳୀ ୧୯।୦୧ : ଇଣ୍ଟରନେଟ୍ ବର୍ତ୍ତମାନ ଆମର ଜୀବନଶ ଶୈଳୀର ଏକ ଅଂଶ ପାଲଟି ଯାଇଛି । ଇଣ୍ଟରନେଟ୍ ବିନା ଦିନ ଗୁଡିକ ଅସମ୍ପୂର୍ଣ୍ଣ ମନେ ହୁଏ । ଆମର ଏପରି ଅନେକ କାର୍ଯ୍ୟ ରହିଥାଏ ଯେଉଁଥିପାଇଁ ଇଣ୍ଟରନେଟ୍ର ଆବଶ୍ୟକ ପଡିଥାଏ । ସାଧାରଣତଃ ସମସ୍ତେ ଜାଣିଛନ୍ତି ଭାରତୀୟ ରେଳ ଷ୍ଟେସନରେ ମାଗଣାରେ ୱାଇ-ଫାଇ ସୁବିଧା ମିଳିଥାଏ । କିନ୍ତୁ ଏହି ସୁବିଧା ସବୁ ରେଳ ଷ୍ଟେସନରେ ମିଳେ ନାହିଁ । ହେଲେ ଅଧିକାଂଶ ପ୍ରମୁଖ ବଡ ବଡ ରେଳ ଷ୍ଟେସନରେ ଏହା ଉପଲବ୍ଧ ହୋଇଥାଏ ।

ରେଲୱେ ଷ୍ଟେସନରେ କିପରି ୱାଇ-ଫାଇର ବ୍ୟବହାର କରିବେ-

ସର୍ବ ପ୍ରଥମେ ଆପଣଙ୍କ ସ୍ମାର୍ଟଫୋନରେ ୱାଇ-ଫାଇର ସେଟିଂକୁ ଯାଆନ୍ତୁ। ଉପଲବ୍ଧ ଥିବା ନେଟୱାର୍କ ଗୁଡିକ ସର୍ଚ୍ଚ କରନ୍ତୁ । ରେଲୱେୟାର ନେଟୱାର୍କକୁ ଚୟନ କରନ୍ତୁ । ବର୍ତ୍ତମାନ ଆପଣଙ୍କର ମୋବାଇଲ୍ ବ୍ରାଉଜରରେ railWire.Co.in ୱେବପେଜ ଖୋଲନ୍ତୁ । ଏବେ ମୋବାଇଲ୍ ନମ୍ବର ପକାନ୍ତୁ । ଏହାପରେ ଆପଣଙ୍କ ମୋବାଇଲ୍ ନମ୍ବରକୁ ଏକ OTP ଆସିବ । ରେଳବାଇକୁ ସଂଯୋଗ କରିବା ପାଇଁ ଏହି OTP କୁ ପାସୱାର୍ଡ ଭାବରେ ବ୍ୟବହାର କରନ୍ତୁ । ବର୍ତ୍ତମାନ ଆପଣ ସଫଳତାର ସହିତ ରେଳୱେରେ ଯୋଡି ହୋଇ ମାଗଣାରେ ,ୱାଇ-ଫାଇ ବ୍ୟବହାର କରିପାରିବେ ।

Khansweb Solution Bhubaneswar

Leave A Reply

Your email address will not be published.