banner
Breaking

ଆମେ ସତ୍ୟର ପଥରେ ଅଟକିବୁ ନାହିଁ।

0

ନୂଆଦିଲ୍ଲୀ,୨ ।୧୦: ଗାନ୍ଧୀ ଜୟନ୍ତି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ବିଜୟ ପାଇଁ ଜଣେ ସତ୍ୟାଗ୍ରହୀ ଯଥେଷ୍ଟ । ରାହୁଲ ଶେୟାର କରିଥିବା ଭିଡିଓରେ ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହ ଓ କୃଷକ ଆନ୍ଦୋଳନ ଦେଖିବାକୁ ମିଳିଛି । ଏହାର ଆରମ୍ଭରୁ ଲେଖାଯାଇଛି ସତ୍ୟାଗ୍ରହ ସେବେ ଆଉ ଏବେ । ଅସତ୍ୟ ଓ ଅନ୍ୟାୟ ବିରୋଧରେ ବାପୁ ସତ୍ୟାଗ୍ରହ କରିଥିଲେ । ଆଜି ଅନ୍ନଦାତା ସତ୍ୟାଗ୍ରହ କରୁଛନ୍ତି । ଏହାପରେ କୃଷକଙ୍କ ଉପରେ ହୋଇଥିବା ଲାଠିଚାର୍ଜର ଭିଡିଓ ଦେଖାଯାଉଛି । ଆଉ ଲେଖାଯାଉଛି ଏଠି ସମସ୍ତଙ୍କ ହୃଦୟରେ ବାପୁ ରହିଛନ୍ତି । ଏଠାକୁୁ କେତେଜଣ ଗଡସେ ଆଣିବେ । ତୁମର ଅତ୍ୟାଚାରରେ ଡରିବୁ ନାହିଁ, ତୁମର ଅନ୍ୟାୟ ଆଗରେ ମୁଣ୍ଡ ନୁଆଁଇବୁ ନାହିଁ, ଆମେ ଭାରତବାସୀ, ସତ୍ୟର ପଥରେ ଅଟକିବୁ ନାହିଁ ।

Khansweb Solution Bhubaneswar

Leave A Reply

Your email address will not be published.