banner
Breaking

ଡ୍ରେନ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ

0

ଭୁବନେଶ୍ୱର : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଘୁନାଥପୁର ଗ୍ରାମ ପଞ୍ଚାୟତରେ ଏକ ଡ୍ରେନ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୬୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁଥିବା ଏହି ଡ୍ରେନ ରଘୁନାଥପୁର ଅଞ୍ଚଳର ଜଳବନ୍ଦୀ ସମସ୍ୟାର ସମାଧାନ କରି ପାରିବ ବୋଲି ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି। ଦୀର୍ଘ ଦିନର ସମସ୍ୟା ଦୂରୀଭୂତ ହୋଇଥିବାରୁ ଅଞ୍ଚଳବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ସୁଶାନ୍ତ ରାଉତଙ୍କୁ ଅନ୍ତରରୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ସୁବାଷ ଚନ୍ଦ୍ର ପାତ୍ର, କୁନାଲ ରାଉତ, ଜିଲ୍ଲା ପରିଷଦ ବବିତା ରାଉତ, ସରପଞ୍ଚ ଖୋଲଣା ମାଝୀ, ସମିତି ସଭ୍ୟ ନୀହାରକାନ୍ତ ପଢିହାରୀ, ସରପଞ୍ଚ ଦେବରାଜ ଭୋଇ, ନିଶିପଦ୍ମା କାଣ୍ଡି, ହେମନ୍ତ ପରିଡ଼ା, ସମିତି ସଭ୍ୟ ଭୁବନ ମୋହନ ଦାସ, ସରପଞ୍ଚ ପ୍ରତିନିଧି ବିଜୟ ମଲ୍ଲିକ, ଯୁବନେତା ସୁବ୍ରତ ଦାସ, ପ୍ରମୋଦ ପାତ୍ର, ଟୁକୁନା ଜେନା ଓ ଗ୍ରାମ ସଭାପତି ନବଘନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.