banner
Breaking

ସନ୍ଦେହରେ ଗୁଳିକରି ମାରିଦେଲେ।

0

ଆର୍‌.ଉଦୟଗିରି,୨୭ା୯(ବ୍ୟୁରୋ):ଆର୍‌.ଉଦୟଗିରି ଥାନା ଅବାରସିଂ ପଞ୍ଚାୟତ ଗୁଣ୍ଡୁଲୁ ଗ୍ରାମର ଜଣେ ବୃଦ୍ଧଙ୍କ ମୃତଦେହ ଦେଢମାସପରେ ପୋଲିସ ମାଟିତଳୁ ଉଦ୍ଧାର କରିଛି। ଗୁଣିଗାରେଡିକୁ ନେଇ ତାଙ୍କୁ ଅଗଷ୍ଟ ୯ ତାରିଖରେ ଗୁଳିକରି ହତ୍ୟା କରିବା ପରେ ପୋତି ଦିଆଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
ପ୍ରକାଶ ଯେ, ସମ୍ପୃକ୍ତ ବୃଦ୍ଧ ଗଁାରେ ଗୁଣିଗାରେଡି କରି ଲୋକଙ୍କୁ ମାରିଦେଉଥିବା ଅଭିଯୁକ୍ତମାନେ ସନ୍ଦେହ କରୁଥିଲେ। ଅଗଷ୍ଟ ୯ ତାରିଖରେ ସଂଘବଦ୍ଧ ଭାବେ ତାଙ୍କୁ ଗଁାରୁ ଉଠାଇ ନେଇ ଜଙ୍ଗଲରେ ଗୁଳି କରି ହତ୍ୟା କରିଥିଲେ। ସମ୍ପୃକ୍ତ ବୃଦ୍ଧଙ୍କ ପୁତୁରା ଓ ଅନ୍ୟଜଣେ ଏହା ଦେଖିଥିଲେ ମଧ୍ୟ ଅଭିଯୁକ୍ତମାନେ ଏନେଇ କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେବାରୁ ସେମାନେ ଚୁପ୍‌ ରହିଥିଲେ। ଶନିବାର ଏନେଇ ବୃଦ୍ଧଙ୍କ ପୁତୁରା ଆର୍‌.ଉଦୟଗିରି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ରବିବାର ଜଣେ ଅଭିଯୁକ୍ତଙ୍କୁ ଧରି ପଚରାଉଚରା କରିବା ପରେ ସେ ମୃତଦେହ ପୋତିଥିବା ସ୍ଥାନ ଦେଖାଇଥିଲେ। ପୋଲିସ ମାଟିଖୋଳି ମୃତଦେହ ଉଦ୍ଧାର କରିବା ସହ ବନ୍ଧୁକ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ୫ଜଣଙ୍କୁ ମଧ୍ୟ ଥାନାକୁ ଆଣି ଜେରା ଚଳାଇଛି।

Khansweb Solution Bhubaneswar

Leave A Reply

Your email address will not be published.