banner
Breaking

ଆରଟିଓ ମଧ୍ୟସ୍ଥ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ।

0

ଭୁବନେଶ୍ୱର,୫ ।୧୨(ଓଡ଼ିଆ ନ୍ୟୁଜ): ନୂଆ ମଟରଯାନ ଆଇନ ଲାଗୁ ହେବା ପରେ ଲୋକେ କାଗଜପତ୍ର କାମ ପାଇଁ ନାହିଁ ନଥିବା ହଇରାଣ ହୋଇଥିଲେ ଠିକ ଏତିକି ବେଳେ ରାଜ୍ୟ ସରକାର ଆରମ୍ଭ କରିଥିଲେ ଦଲାଲ ହଟାଓ ଅଭିଯାନ କାହାକୁ ବାନ୍ଧି ଥିଲେ ତ ଆଉ କାହାର ଘର ଭାଙ୍ଗି ଦେଇଥିଲେ। ଯାହାଙ୍କୁ ଦଲାଲ ବୋଲି କୁହାଯାଉଥିଲା ସେମାନେ ହଟିବା ପରେ ଲୋକମାନେ ଅଫିସ ଦୌଡି ଦୌଡ଼ି ମନ ଘର ଧରିଗଲା କେତେକ କହୁଥିଲେ ଶ–ପଇସା ପଛେ ଯାଉ ଏତେ ଦଉଡି ହେବନି କି ତେଲମାରି ହେବନି, ସେମାନଙ୍କ ଠାରୁ ଅଫିସରେ ଆହୁରି ବଡ ଅଛନ୍ତି। ଏ ସମ୍ବନ୍ଧୀୟ ମାମଲାର ବିଚାର କରିଛନ୍ତି ମାନ୍ୟବର ହାଇକୋର୍ଟ।ଆଜି ଆରଟିଓରେ ମଧ୍ୟସ୍ଥଙ୍କୁ ସରକାର ହଟାଇବା ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ସବୁ ଆରଟିଓରେ କାମ କରୁଥିବା ମଧ୍ୟସ୍ଥଙ୍କୁ ଚିହ୍ନଟ ପାଇଁ ପରିବହନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମଧ୍ୟସ୍ଥିଙ୍କୁ ଥଇଥାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୬ ସପ୍ତାହ ମଧ୍ୟରେ ଇ-କିଓସ୍କୋ ଲାଗୁ କରିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ୨ ମାସ ମଧ୍ୟରେ ସମ୍ପୂର୍ଣ୍ଣ କାମ ଶେଷ କରିବାକୁ ହାଇକୋର୍ଟ କହିଛନ୍ତି ।

ତେବେ ନଭେମ୍ବର ୨୭ରେ ଆରଟିଓ ଅଫିସରୁ ମଧ୍ୟସ୍ଥକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ପରିବହନ ସଚିବ । ପରେ ସରକାରଙ୍କ ନିର୍ଦ୍ଦେଶକୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା । ମୋଟର ଭେଇକିଲ ଫିଲ୍ଡ ୱାର୍କର ସଂଘ ପକ୍ଷରୁ ହୋଇଥିଲା ଏହି ଆବେଦନ । ରୋଜଗାର ଉଚ୍ଛେଦ ନେଇ ଆପତ୍ତି ଉଠାଇଥିଲେ ଆବେଦନକାରୀ । ଏନେଇ ସୂଚନା ଦେଇଛନ୍ତି ଆଇନଜୀବୀ ବିଦ୍ୟାଲୋକ ମହାପାତ୍ର ।

Khansweb Solution Bhubaneswar

Leave A Reply

Your email address will not be published.