banner
Breaking

ଗୁଗୁଲ ପ୍ଲେଷ୍ଟୋରରୁ ହଟିଲା ପେଟିଏମ।

0

ନୂଆଦିଲ୍ଲୀ,୧୮।୯: ଗୁଗଲ ନିଜ ପ୍ଲେ ଷ୍ଟୋରରୁ ଶୁକ୍ରବାର ପେଟିଏମ୍‌ ଆପ୍‌କୁ ହଟାଇ ଦେଇଛି। ଏନେଇ ପ୍ରତିକ୍ରିୟା ରଖି ଗୁଗଲ କହିଛି, କମ୍ପାନୀ ନିଜର ପ୍ଲାଟଫର୍ମରେ କୌଣସି ଜୁଆ ଖେଳକୁ ସମର୍ଥନ କରିବ ନାହିଁ। ପେଟିଏମ୍‌ ସହ କଥାବାର୍ତ୍ତା ଚାଲିଛି। ସେମାନଙ୍କଠାରୁ ଅଧିକ ଜାଣିବା ପରେ ତାହା ଅପ୍‌ଡେଟ୍‌ ହେବ। ଏହାଛଡ଼ା ଗୁଗଲ ନିଜର ଉପଭୋକ୍ତା ମାନଙ୍କ ପାଇଁ ଏକ ନିରାପଦ ଅଭିଜ୍ଞତା ପ୍ରଦାନ କରିବାକୁ ଚେଷ୍ଟା କରିଆସୁଛି। ଏଣୁ ଏହା କୌଣସି ଅନିୟମିତ ଜୁଆଖେଳକୁ ଅନୁମତି ଦେଉନାହିଁ ଅଥବା ବେଟିଂ ବୈଶିଷ୍ଟ ଥିବା ଆପ୍‌କୁ ସମର୍ଥନ କରୁନାହିଁ। ଏହା ଗୁଗୁଲ ନୀତିର ଉଲ୍ଲଂଘନ ବୋଲି କମ୍ପାନୀ ଦର୍ଶାଇଛି ବୋଲି କମ୍ପାନୀ କହିଛି।

ଅପରପକ୍ଷେ ପେଟିଏମ୍‌ ନିଜର ଗ୍ରାହକଙ୍କୁ ଟୁଇଟ୍‌ କରି ସୂଚନା ଦେଇଛି ଯେ, ନୂତନ ଡାଉନଲୋଡ୍‌ କିମ୍ପା ଅପ୍‌ଡେଟ୍‌ ପାର୍ଇ ଗୁଗଲ ପ୍ଲେ ଷ୍ଟୋରରେ ‘ପେଟିଏମ୍‌ ଆଣ୍ଡ୍ରଏଡ୍‌ ଆପ୍‌’ ସାମୟିକ ଭାବେ ଉପଲବ୍ଧ ନାହିଁ। ଏହା ଖୁବ୍‌ ଶୀଘ୍ର ଫେରିବ। ଆପଣଙ୍କର ସବୁ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ଆପଣ ନିଜର ଆପ୍‌କୁ ସାଧାରଣ ଭାବେ ବ୍ୟବହାର କରିପାରିବେ।

Khansweb Solution Bhubaneswar

Leave A Reply

Your email address will not be published.