banner
Breaking

ପୁରୀ ନାବାଳିକା ଦୁଷ୍କର୍ମକାରୀ ଗିରଫ, ହୋଇପାରେ ଫାଶୀ

0

ଭୁବନେଶ୍ବର:(ଓଡ଼ିଆ ନ୍ୟୁଜ୍) ପୁରୀ ନାବାଳିକା ଦୁଷ୍କର୍ମ କାରିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ଅଭିଯୁକ୍ତ ଜଣକ ନାରାୟଣ ମଲ୍ଲିକ,ବୟସ ୩୪, ଘର ଜାଉଁଳି ପୋଖରୀ ଗୋପ, ସେ ତୁଷାର ତାଜ ବସର ହେଲଫର୍ ଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ ସଙ୍ଗୀନ ଦଫା ଲଗାଇଛି । ସୂଚନା ଅନୁସାରେ, କେନ୍ଦୁଝର ଅଂଚଳର ଜଣେ ନାବାଳିକା ପୁରୀ ମାଳତିପାଟପୁରସ୍ଥିତ ଏକ ୱାଟରପାର୍କରେ କାମ କରନ୍ତି । ସେ ଛୁଟିରେ ଘରକୁ ଯାଇଥିଲେ । ସୋମବାର ବସ ଯୋଗେ ପୁରୀ ଫେରୁଥିଲେ । କଟକରୁ ଏକ ଏସି ବସରେ ପୁରୀ ଆସୁଥିବା ବେଳେ ତାଙ୍କୁ ନିଦ ହୋଇଯାଇଥିଲା । ଫଳରେ ସେ ମାଳତିପାଟପୁରରେ ଓହ୍ଲାଇପାରିନଥିଲେ । ନିଦ ଭାଙ୍ଗିବା ବେଳକୁ ସେ ପୁରୀ ବସଷ୍ଟାଣ୍ଡରେ ପହଂଚି ସାରିଥିଲେ । ସେତେବେଳକୁ ରାତି ପ୍ରାୟ ୯ଟା ହେବ । ସେଠାରୁ ମାଳତିପାଟପୁର ଫେରିବା ଲାଗି ସେ ବ୍ୟସ୍ତ ବି ବିବ୍ରତ ହୋଇପଡିଥିଲେ ।
ଏହି ସମୟରେ ବସ ହେଲପର ଏତେ ରାତିରେ ଆଉ ଗାଡି ମିଳିବନି ବୋଲି କହିଥିଲେ । ତେଣୁ ତାଙ୍କୁ ବସରେ ଶୋଇପଡିବାକୁ କହିଥିଲେ । ଏପରିକି ଖାଇବାକୁ ମଧ୍ୟ ଦେଇଥିଲେ । ସେ ତାଙ୍କ କଥାରେ ରାଜି ହୋଇ ବସରେ ଶୋଇଥିଲା । ବିଳମ୍ବିତ ରାତିରେ ହେଲପର ଜଣକ ମଦ୍ୟପାନ କରି ତାଙ୍କୁ ଦୁଷ୍କର୍ମ କରିଥିଲା । ବସର ଆଖପାଖରେ କେହି ନଥିବାରୁ ନାବାଳିକା ନିଜକୁ ରକ୍ଷା କରିପାରିନଥିଲା । ଦୁଷ୍କର୍ମ କରିବା ପରେ ହେଲପର ଜଣକୁ ଘଟଣା ସମ୍ପର୍କରେ କାହାରିକୁ କିଛି ନକହିବାକୁ ମଧ୍ୟ ଧମକ ଦେଇଥିଲା । ପରେ ନାବାଳିକା ଜଣକ ସେଠାରୁ ପଳାଇ ଆସି ବସଷ୍ଟାଣ୍ଡ ପାଖ ରାସ୍ତାରେ ଠିଆ ହୋଇ କାନ୍ଦୁଥିଲା । ଏହି ସମୟରେ ସେହି ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ଘଟଣା ସମ୍ପର୍କରେ ପଚାରିବା ସହ ପୁଲିସ ଖବର ଦେଇଥିଲେ । କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତାଙ୍କୁ ଉଦ୍ଧାର କରିବା ସହ ହେଲପରକୁ ହେପାଜତକୁ ନେଇଥିଲା । 

Khansweb Solution Bhubaneswar

Leave A Reply

Your email address will not be published.