banner
Breaking

ଶ୍ରୀମନ୍ଦିରରେ ମୋବାଇଲ ପ୍ରବେଶ ଉପରେ କଟକଣା

0

ପୁରୀ,୧ା୧ : ଇଂରାଜୀ ନୂଆବର୍ଷର ପ୍ରଥମ ଦିନରୁ ଅର୍ଥାତ୍‌ ରବିବାରଠାରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ ନେବା ଉପରେ କଟକଣା ଜାରି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ସେବାୟତ ଓ ଜେଟିପି ସମସ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ ନ ନେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ୱାର ଓ ଦକ୍ଷଣ ଦ୍ୱାର ନିକଟରେ ଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜମା କରି ମନ୍ଦିରକୁ ପ୍ରବେଶ କରିବେ। ତେବେ ଜରୁରୀ ସେବା ପାଇଁ ମନ୍ଦିର ପରିସରରେ ଦୁଇଟି ସ୍ମାର୍ଟଫୋନ ରହିବ। ସେବାୟତ କିମ୍ବା ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀମାନେ କ୍ୟାମେରା ନ ଥିବା ମୋବାଇଲ ନେଇ ମନ୍ଦିର ଭିତରକୁ ଯାଇପାରିବେ। ଶ୍ରଦ୍ଧାଳୁମାନେ ମନ୍ଦିରକୁ ଫୋନ୍‌ ନେଇପାରିବେ ନାହିଁ ବୋଲି ପୂର୍ବ ପରି ନିୟମ ବଳବତ୍ତର ରହିଛି।

Khansweb Solution Bhubaneswar

Leave A Reply

Your email address will not be published.