banner
Breaking

ପୁଣି ଶ୍ରୀମନ୍ଦିରରୁ ଖସିଲା ପଥର

0

ପୁରୀ : ଶ୍ରୀମନ୍ଦିର ଜଗମୋହନ ବାହାର ପାର୍ଶ୍ୱ ମାଜଣା ମଣ୍ଡପ ପାଖ ଚର୍ଚ୍ଚା ଘରୁ ପଥର ଖସିଥିବା ଜଣାପଡ଼ିଛି। ଶୁକ୍ରବାର ସନ୍ଧ୍ୟାରେ ଜେଟିପି ଚର୍ଚ୍ଚାଘର ବାହାର ପାର୍ଶ୍ୱରୁ ଗୋଟିଏ ଛୋଟ ପଥର ଖସିଥିଲା। ଏ ନେଇ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବଗତ କରାଯାଇଥିଲା। ତେବେ ପଥରଟିର ଓଜନ କେତେ ହେବ ଏଏସଆଇ ପକ୍ଷରୁ ଏନେଇ ସୂଚନା ଦିଆଯାଇ ନାହିଁ। ପଥରଟିର ଓଜନ ୨ରୁ ୩ କିଲୋ ହେବ ବୋଲି ଅନୁମାନ କରାଯାଉଛି। ଏଏସଆଇ ଅଧିକାରୀଙ୍କ କହିବା ଅନୁସାରେ, ଯେଉଁ ସ୍ଥାନରେ ପଥର ଖସିଥିଲା, ସେହି ସ୍ଥାନରେ ମାଙ୍କଡ଼ ଡିଆଁଡିଇଁ କରିଥାନ୍ତି। ସେହି କାରଣରୁ ପଥର ଖସି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ହେଲେ ପ୍ରକୃତ କାରଣ ଜଣାପଡ଼ି ନାହିଁ।

Khansweb Solution Bhubaneswar

Leave A Reply

Your email address will not be published.