banner
Breaking

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୮ ଗିରଫ

0

ପୁରୀ, ୧୭।୨: ତ୍ରିସ୍ତରୀୟ ପଞ୍ଚାୟତ ମତଦାନ ବେଳେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁରୀ ପୋଲିସ ୮ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ସତ୍ୟପ୍ରିୟ ମହାରଣା, ବିଜୟ ସ୍ବାଇଁ, ସୁବାସ ମାଝି, ନିକୁଞ୍ଜ ସ୍ବାଇଁ, ଉତ୍ତମ ଭୁଜବଳ, ଅଜୟ ବରିଶଲ, ବିଦ୍ୟାଧର ସ୍ବାଇଁ ଏବଂ ବ୍ରଜବନ୍ଧୁ ସ୍ବାଇଁ । ପୋଲିସ ଘଟଣାରେ ସମ୍ପୃକ୍ତ ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛି । ସେହିପରି ସାମ୍ବାଦିକଙ୍କ ନିକଟରୁ ଛଡାଇ ନେଇଥିବା ଲାଇଭ ୟୁ, ବୁମ, ଅନ୍ୟାନ୍ୟ ସାମଗ୍ରୀ ଓ ମୋବାଇଲକୁ ପୋଲିସ ଜବତ କରିଛି।

ବୁଧବାର ପ୍ରଥମ ପଯର୍‌ୟାୟ ମତଦାନ ଥିଲା। ତେବେ ଭୋଟିଂ ବେଳେ ପିପିଲି ନିର୍ବାଚନ ମଣ୍ଡଳୀର କଣାସ ବ୍ଲକ ବଢ଼ାଳ ପଞ୍ଚାୟତ ଅଢାଲ ଗାଁରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.