banner
Breaking

ବୁଥରୁ ବାକ୍ସ ଉଠାଇ ନେଲେ

0

ବ୍ରହ୍ମଗିରି,୧୬।୨(ବ୍ୟୁରୋ): ପୁରୀ ଜିଲା ବ୍ରହ୍ମଗିରି ବ୍ଲକରେ ପୁଣି ଆଉ ଏକ ନିର୍ବାଚନୀ ହିଂସା ଦେଖାଦେଇଛି । ଭୋଟ ବେଳେ ଦୁର୍ବୃତ୍ତ ବାଲାଟ୍‌ ବକ୍ସ ଟେକି ନେଇ ଥିବା ଜଣାପଡ଼ିଛି।
ଉକ୍ତ ବ୍ଲକ ଅନ୍ତର୍ଗତ ଚାପମାଣିକ ପଞ୍ଚାୟତର କାଶିଝରିଆ ୯ ନଂ .ବୁଥ୍‌ ରେ ମତଦାନ ଚାଲିଥିବା ସମୟରେ କେତକ ଦୁର୍ବୃତ୍ତ ହଠାତ୍‌ ବୁଥ ମଧ୍ୟରେ ଧସେଇ ପଶିଥିଲେ । ସେତେବେଳକୁ ୫୦ % ମତଦାନ ସରିଥିଲା । ପରେ ଏହି ଦୃବୁର୍ତ୍ତମାନେ ୯ ନଂ ବୁଥ୍‌ର ବାଲାଟ୍‌ ବକ୍ସକୁ ଜବରଦସ୍ତ ଉଠାଇ ନେଇ ପଳାଇ ଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Khansweb Solution Bhubaneswar

Leave A Reply

Your email address will not be published.