banner
Breaking

୩ ବର୍ଷରେ ୧୩ ଏନକାଉଣ୍ଟର,ଅପରାଧୀ ଛାନିଆ।

0

ଭୁବନେଶ୍ବର,୧୮।୧୦ (ବ୍ୟୁରୋ): ତିନି ବର୍ଷରେ ୧୩ ଏନକାଉଣ୍ଟଟର ଅପରାଧୀ ଛାନିଆ। ବିଶ୍ବର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ଅନ୍ୟତମ ତୀର୍ଥ କ୍ଷେତ୍ର ଶ୍ରୀକ୍ଷେତ୍ର ଧାମକୁ ଅପରାଧ ମୁକ୍ତ କରିବା ପାଇଁ ଲାଗିଛନ୍ତି ପୋଲିସ ।ଏପଟ ସେପଟ ହେଲେ ଫୁଟୁଛି ବନ୍ଧୁକ,ଅପରାଧୀଙ୍କୁ ସାବାଡ କରିବା ପାଇଁ ଆକ୍ସନ୍ ମୁଡରେ ପୋଲିସ ବାହିନୀ। ସୂଚନା ଅନୁସାରେ ପୁରୀ- ଭୁବନେଶ୍ବର ଜାତୀୟ ରାଜପଥ ପିପିଲି ବାଇପାସ୍‌ ରାସ୍ତା ତରାକାଜ ଓଭରବ୍ରିଜ ପାର୍ଶ୍ୱରେ ଗୁରୁବାର ବିଳମ୍ବିତ ରାତିରେ ଏନ୍‌କାଉଣ୍ଟର ହୋଇଛି। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବାଲିଘାଟର ଭାଗିରଥି ପ୍ରଧାନ ଓରଫ ଭାଗୁ ଗୁରୁତର ହୋଇଛନ୍ତି। ଗୁଳି ତାଙ୍କ ବାମ ଆଣ୍ଠୁ ତଳେ ବାଜିଛି । ତାଙ୍କୁ ପ୍ରଥମେ ପିପିଲି ଚିକିତ୍ସାଳୟ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ନିକଟରୁ ପୋଲିସ ୯ ଏମ୍‌ଏମ୍‌ ପିସ୍ତଲ, ଗୁଳି ଏବଂ ଏକ ବାଇକ ଜବତ କରିଛି। ଧସ୍ତାଧସ୍ତି ବେଳେ ତାଳବଣିଆ ଆଇଆଇସି ଶୁଭଲକ୍ଷ୍ମୀ ପୂଜାରୀ ସାମାନ୍ୟ ଆହତ ହୋଇଥିବା ଏସ୍‌ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଶୁଭଲକ୍ଷ୍ମୀଙ୍କ ଅଭିଯୋଗ କ୍ରମେ ପିପିଲି ଥାନାରେ କେସ୍‌ ନଂ ୨୬୬/୧୯ରେ ଏକ ମାମଲା ରୁଜୁ ହୋଇଛି ।
ସୂଚନାଯୋଗ୍ୟ, ତାଳବଣିଆ ଥାନାର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଥିଲେ ଭାଗୁ। ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ୨୦ଟି ମାମଲା ରହିଛି। ବହୁ ଚର୍ଚ୍ଚିତ ଗତ ଡିସେମ୍ବର ମାସରେ ଘଟିଥିବା ସଞ୍ଜୟ ଓରଫ ପାରା ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ ଭାଗୁ। ଏହି ଘଟଣାରେ ଜେଲ୍‌ ଯାଇ ଜାମିନରେ ଆସିଥିଲେ। ଭାଗୁଙ୍କୁ ଧରିବା ଲାଗି ଏସ୍‌ପି ଉମାଶଙ୍କର ଦାଶଙ୍କ ନେତୃତ୍ୱରେ ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ଗୁରୁବାର ରାତି ପ୍ରାୟ ସାଢ଼େ ୨ଟା ବେଳେ ଭାଗୁ ବାଇକରେ ନିମାପଡ଼ାରୁ ପୁରୀ ଆସୁଥିଲେ । କୌଣସି ସୂତ୍ରରୁ ଖବରପାଇ ତାଳବଣିଆ ପୋଲିସ ପିପିଲି ବାଇପାସ ଓଭରବ୍ରିଜ୍‌ ତରାକାଜ ଛକରେ ଯାନବାହନ ଯାଞ୍ଚ କରୁଥିଲା। ଏହି ସମୟରେ ଭାଗୁ ପୋଲିସକୁ ଦେଖି ଖସିଯିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଭାଗୁ ପୋଲିସ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ। ପୋଲିସର ପାଲଟା ଗୁଳିରେ ସେ ଆହତ ହୋଇଥିଲେ।

ଧସ୍ତାଧସ୍ତି ବେଳେ ତାଳବଣିଆ ଆଇଆଇସି ଶୁଭଲକ୍ଷ୍ମୀ ପୂଜାରୀ ତଳେ ପଡ଼ି ଆହତ ହୋଇଥିଲେ। ତାଙ୍କ ବାମ ହାତରେ ଆଘାତ ଲାଗିଛି । ଏହି ଘଟଣାକୁ ମିଶାଇ ୩ ବର୍ଷରେ ପୁରୀ ପୋଲିସ ୧୩ଟି ଏନ୍‌କାଉଣ୍ଟର କରିସାରିଲାଣି।

Khansweb Solution Bhubaneswar

Leave A Reply

Your email address will not be published.