banner
Breaking

ଲକ୍ଷ୍ମୀ ନାରାୟଣ ବେଶରେ ଝଲସିଲେ ମହାପ୍ରଭୁ

0

ପୁରୀ , ୧୬।୧୧: କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ସୋମବାରଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଞ୍ଚକ ନୀତି ଆରମ୍ଭ ହୋଇଛି। ଏକାଦଶୀରେ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଛି। ତେବେ ଚଳିତବର୍ଷ ପ୍ରଶାସନର କଟକଣା ଯୋଗୁ ଏହି ଅନନ୍ୟ ବେଶ ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଛନ୍ତି। ଅବକାଶ ନୀତି ପରେ ଲକ୍ଷ୍ମୀନାରାୟଣ ବେଶ (ଠିଆକିଆ ବେଶ) ହୋଇଥିଲା। ବେଶ ସମୟରେ ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ଡପ ଇତ୍ୟାଦି ନୀତି ହୋଇଥିଲା। ସ୍ବର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟ ବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ କରିଥିଲେ। ଏହି ବେଶରେ ଶ୍ରୀଭୁଜ ଓ ଶଙ୍ଖ, ଚକ୍ର, ହଳ, ମୂଷଳ, ଆଡ଼କାନି, ଶ୍ରୀପୟର, ସୂର୍ଯ୍ୟଚନ୍ଦ୍ର, ଚନ୍ଦ୍ରିକା, ତଡ଼କୀ ଏବଂ ଓଡ଼ିଆଣୀ ସମେତ ୩୦ରୁ ଊର୍ଦ୍ଧ୍ୱ ସ୍ବର୍ଣ୍ଣ ଅଳଙ୍କାର ଧାରଣ କରିଥିଲେ। ଏହି ବେଶରେ ଠାକୁରମାନଙ୍କ ମସ୍ତକରେ ସ୍ବର୍ଣ୍ଣ କିରୀଟ ଶୋଭା ପାଉଥିଲା। ମଙ୍ଗଳବାର ମହାପ୍ରଭୁଙ୍କର ବାଙ୍କଚୂଡା ବେଶ ହେବ।

Khansweb Solution Bhubaneswar

Leave A Reply

Your email address will not be published.