banner
Breaking

ପୁରୀଧାମ ଓ ମଠ ସ°ସ୍କୃତି ବିକାଶ ଲାଗି ପଦକ୍ଷେପ ନିଆଯିବ : ଧର୍ମେନ୍ଦ୍ର

0

ପୁରୀ, ୬।୧୧: କେଦାରନାଥ ପୀଠରେ ଶୁକ୍ରବାର ଆଦିଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ ଅବସରରେ ପୁରୀରେ ମହୋଦଧି ପୂଜନ ଓ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥଠାରେ ଆୟୋଜିତ ଉତ୍ସବରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଥିବାବେଳେ ପୁରୀରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସଂଯୋଜିତ କରାଯାଇଥିଲା। ପୁରୀସ୍ଥିତ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ସମେତ ବହୁ ନେତୃବୃନ୍ଦ ଓ ମଠାଧୀଶ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ନେତୃବୃନ୍ଦମାନେ ପୁରୀ ବେଳାଭୂମିକୁ ଯାଇ ମହୋଦଧି ପୂଜନ କରିଥିଲେ। ପରେ ସେଠାରୁ ଶୋଭାଯାତ୍ରାରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ପରିସରରେ ଆୟୋଜିତ ସଭାସ୍ଥଳକୁ ଆସିଥିଲେ। ସେଠାରେ ଅତିଥିମାନେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଆଧ୍ୟାତ୍ମିକତା ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଭାରତ ବିଶ୍ୱରେ ପ୍ରମୁଖ ଦେଶ ଭାବେ ପରିଗଣିତ ହେବାକୁ ଯାଉଛି। କେଦାରନାଥ ଭଳି ପୁରୀ ଧାମର ମଧ୍ୟ ବିକାଶ ସହ ମଠ ସଂସ୍କୃତିର ଉନ୍ନତି ଲାଗି ପଦକ୍ଷେପ ନିଆଯିବ। ଏହି ଅବସରରେ ବିଭିନ୍ନ ମଠର ମଠାଧୀଶ ଓ ଧର୍ମାଚାର୍ଯ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ପରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଗୋବର୍ଦ୍ଧନ ପୀଠକୁ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଶିକ୍ଷା ବିଭାଗରେ ସଂସ୍କାର ଆଣିବା ସହ ବନାରସ ବିଶ୍ୱବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟ ଜାରି ରଖିବାକୁ ପ୍ରଧାନଙ୍କୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ। ସେଠାରେ ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା ପାତ୍ରଙ୍କ ସମେତ ପୁରୀ ଓ ବ୍ରହ୍ମଗିରି ବିଧାୟକ ଉପସ୍ଥିତ ଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ। ଭାଜପା ପକ୍ଷରୁ ଦୀପଦାନ କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.