banner
Breaking

ଜଗା ଦର୍ଶନ ପାଇଁ ଆସିବ ଗାଇଡଲାଇନ୍।

0

ପୁରୀ ,୨୭।୧୦: ପୁରୀ ବାସୀଙ୍କ ପାଇଁ ଜଗା ଦର୍ଶନକୁ ନେଇ ବୁଧବାର ନୂଆ ଗାଇଡ୍‌ଲାଇନ୍‌ ଆସିବ। ମଧ୍ୟ୍ୟାହ୍ନ ୧୨ଟାରେ ଭର୍ଚୁଆଲ ଯୋଗେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି।
ପ୍ରତ୍ୟେକ ଦିନ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ପୁରୀ ବାସୀନ୍ଦା ଶ୍ରୀମନ୍ଦିର ଯିବା ସମ୍ଭବପର ନୁହେଁ ବୋଲି ଅଭିଯୋଗ ହୋଇଥିଲା। ପୁରୀବାସୀ ସମସ୍ତେ ଡବଲ ଡୋଜ ଟିକା ମଧ୍ୟ ନେଇନାହାନ୍ତି। ସେମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହୁଛନ୍ତି। ତେବେ କଟକଣା ଭିତରେ କିଭଳି ଦର୍ଶନ ବ୍ୟବସ୍ଥା କରାଯିବ ସେନେଇ ବୈଠକରେ ଆଲୋଚନା ହେବ ବୋଲି ଜଣାପଡିଛି।

Khansweb Solution Bhubaneswar

Leave A Reply

Your email address will not be published.