banner
Breaking

ବିଜେଡି ନେତା କରୋନା ସଂକ୍ରମିତ ଆଶୁ ଆରୋଗ୍ୟ କାମନା କଲେ ଅଞ୍ଚଳବାସୀ ।

0

ପୁରୀ – ପୁରୀ ଜିଲ୍ଲା ଯୁବ ବିଜେଡି ସଭାପତି ତଥା ପୂର୍ବତନ ସମିତିସଭ୍ୟ ସମାଜସେବୀ ନାରାୟଣ ସ୍ୱାଇଁ(ନାରୁ) କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବାବେଳେ ପିପିଲି ବ୍ଲକ ହାଟସାହି ପଂଚୟତ ଉପକଣ୍ଠ ପୋଡ଼ାଗୁଣ ଗ୍ରାମର ୪- ନମ୍ବର ୱାର୍ଡ ଦାସସାହି ବାସିନ୍ଦା ଶ୍ରୀଯୁକ୍ତ ସ୍ୱାଇଁଙ୍କ ଆଶୁ ଆରୋଗ୍ୟ କାମନା ପୁର୍ବକ ମଙ୍ଗଳ ପାର୍ଥନା କରି ବିନ୍ଧବାସିନୀ ମନ୍ଦିର ପ୍ରାଙ୍ଗଣରେ ଦୀପଦାନ କରିଛନ୍ତି । ଏହି ଦୀପଦାନ ପର୍ଵରେ ବିଜେଡି କାର୍ଯ୍ୟକର୍ତା ଯୁବସମାଜସେବୀ ହେମନ୍ତ ଦାସ,ରମେଶ ଦାସ,ପୂର୍ବତନ ୱାର୍ଡ ମେମ୍ବର ମନୋରମା ଦାସ,ଉମେଶ ଦାସ, ପୂର୍ବତନ ୱାର୍ଡ ମେମ୍ବର ତଥା ବରିଷ୍ଠ ନାଗରିକ ଅଇଁଠା ଦାସ,ବିକାଶ ଦାସ,ଦିପୁ ଦାସ ପ୍ରମୁଖ ଉପସ୍ଥିତଥିଲେ । ସୂଚନାଯୋଗ୍ୟ ଶ୍ରୀଯୁକ୍ତ ସ୍ୱାଇଁ ହାଟସାହି ପଂଚୟତର ବନ୍ତଳସିଂହ ଦେଉଳି ବାସିନ୍ଦା ଭାବେ ଜଣେ ବିଜୁ ଜନତା ଦଳର ଆଗଧାଡି ନେତା,ଦକ୍ଷ ସଂଗଠକ,ଆଇନିଜୀବୀ,ପରୋପକାରୀ ବ୍ୟକ୍ତିତ୍ୱ ଭାବେ ସମସ୍ତଙ୍କର ପରିଚିତ ଅଟନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.