banner
Breaking

ପୁରୀରେ ମାଡିଚାଲିଲା କରୋନା।

0

ପୁରୀ , ୧୩।୪: ପୁରୀ ଜିଲାରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା। ମଙ୍ଗଳବାର ଜିଲାରୁ ୫୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଶ୍ରୀମନ୍ଦିରର ୨୩ ସେବାୟତ, କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଅଯାଇଛି।

ପୁରୀରେ ୭ ସେବାୟତ ଓ ସେମାନଙ୍କ ୩ ପରିବାର ସଦସ୍ୟ, ଜୋତା ଷ୍ଟାଣ୍ଡର ୮ ଓ ଶ୍ରୀମନ୍ଦିର ପ୍ରଶାସନର ୩ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଜଗନ୍ନାଥ ଟେମ୍ପଲ ପୋଲିସ କର୍ମଚାରୀ ଓ ଜଣେ ମାଳିଙ୍କ ରିପୋର୍ଟ ପଜିଟିଭ ଆସିଛି। ଏଥିସହ ପୁରୀ ଷ୍ଟେଶନରୁ ଜଣେ ୧୩ ବର୍ଷୀୟା ନାବାଳିକା ପର୍ଯ୍ୟଟକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ପୁରୀ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.