banner
Breaking

ଏମାର ମଠରୁ ମିଳିଲା ୪ ରୁପା ଇଟା।

0

ପୁରୀ , ୧୦।୪: ପୁରୀ ଏମାର ମଠର ୪ ନଂ. କଠୋରୀରୁ ରୁପା ଇଟା ମିଳିଛି । ୮ ଖଣ୍ଡ ରୁପା ଇଟା ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ୨୦୧୦ରେ ୪୭ ଖଣ୍ଡ ରୁପା ଇଟା ମହନ୍ତଙ୍କ ଦାୟିତ୍ୱ ଥିଲା ବୋଲି ଜଣାଯାଇଛି ।

ପ୍ରକାଶ ଯେ, ଶୁକ୍ରବାର ପୁରୀ ଏମାର ମଠର ନୂଆ ଟ୍ରଷ୍ଟି କାର୍ଯ୍ୟଭାର ଗ୍ରହଣ କରିଥିଲେ । ମଠର ପରିଚାଳନା ଦାୟିତ୍ୱ ଟ୍ରଷ୍ଟ ହାତକୁ ଯିବା ପରେ ମଧ୍ୟ ମଠର ମହନ୍ତ ମହାରାଜ ଏଥିରେ ସହଯୋଗ କରୁ ନଥିଲେ । ଏହି ପ୍ରସଙ୍ଗକୁ ନେଇ ମଠର ନୂଆ ଟ୍ରଷ୍ଟ ବୋର୍ଡ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏମାର ମଠର ଟ୍ରଷ୍ଟର ନୂଆ ସଦସ୍ୟମାନେ ଏମାର ମଠରେ ପ୍ରବେଶ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.