banner
Breaking

ଜଗନ୍ନାଥଙ୍କ ଦର୍ଶନ ପାଇଁ ଲାଗିଲା କଟକଣା।

0

ପୁରୀ ,୬।୪: ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ଏ ନେଇ ପୁରୀ ଶ୍ରୀମନ୍ଦିରରେ କଟକଣା କଡ଼ାକଡ଼ି କରାଯାଇଛି। ୧୨ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି ହୋଇଛି। ଦର୍ଶନ ପୂର୍ବରୁ ୧୨ ରାଜ୍ୟର ପର୍ଯ୍ୟଟକଙ୍କ ଆରଟି-ପିସିଆର୍‌ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ୭୨ ଘଣ୍ଟା ପୂର୍ବର ଆର୍‌ଟି-ପିସିଆର୍‌ ନେଗେଟିଭ ରିପୋର୍ଟ ଦେଖାଇଲେ ପର୍ଯ୍ୟଟକ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ।
ପଞ୍ଜାବ, ଛତିଶଗଡ଼, କେରଳ, ଗୁଜରାଟ, ମହାରାଷ୍ଟ୍ର ପ୍ରମୁଖ ରାଜ୍ୟର ପର୍ଯ୍ୟଟକ କରୋନା ନେଗେଟିଭ୍‌ ରିପୋର୍ଟ ନ ଆଣିଲେ ୭ ଦିନିଆ ହୋମ ଆଇସୋଲେଶନରେ ରହିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ପୁରୀ ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ଯେଉଁମାନଙ୍କର ଲକ୍ଷଣ ଥିବ ଜିଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କ ଟେଷ୍ଟ କରାଯିବ। ୧୨ ରାଜ୍ୟରୁ ବିନା ଟେଷ୍ଟରେ ଆସିଥିବା ଲୋକଙ୍କର ଷ୍ଟେଶନରେ ସାମ୍ପଲ ସଂଗ୍ରହ କରାଯାଇ ଟେଷ୍ଟ କରାଯିବ।

Khansweb Solution Bhubaneswar

Leave A Reply

Your email address will not be published.