banner
Breaking

ପୁରୀର ବିକାଶ ପାଇଁ ଦାୟିତ୍ବ ନେଲେ ପାଞ୍ଚ ଆଇଏଏସ୍

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ):ପୁରୀର ବିକାଶ ପାଇଁ ୫୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଆରମ୍ଭ କରାଯାଉଛି । ଏହିସୁବ କାର୍ଯ୍ୟକ୍ରମକୁ ତ୍ୱାରାନିତ କରିବାରେ ଜିଲ୍ଲାପାଳଙ୍କୁ ସହଯୋଗ କରିବା ପାଇଁ ୫ଆଇଏଏସ ଅଫିସର ନିଯୁକ୍ତି ପାଇଛନ୍ତି । ୫ଜଣ ଶିକ୍ଷାନବୀଶ ଆଇଏଏସ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର । ପୁରୀର ବିଭିନ୍ନ ପ୍ରକଳ୍ପର ବିକାଶ ଦାୟିତ୍ୱରେ ରହିବେ । ୫ଜଣ ଆଇଏଏସ ହେଉଛନ୍ତି ସୂର୍ଯ୍ୟବଂଶୀ ମୟୁର ବିକାଶ, ଶ୍ରୀ କୀର୍ତ୍ତିଭାସନ ଭି, ଡଃ ଶୁଭଙ୍କର ମହାପାତ୍ର, ଜେ.ସୋନାଲ, ଭୁବନୋ ଦେବଦାସ ପାଟିଲ । ଏମାନେ ସମସ୍ତେ ହେଉଛନ୍ତି ୨୦୧୮ ବ୍ୟାଚର ଆଇଏଏସ ଅଫିସର । ସେମାନେ ପୁରୀ ଯିବା ପୂର୍ବରୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟ ପରାମର୍ଶଦାତା ଆର.ବାଲକ୍ରିଷ୍ଣନ ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ ସେମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ବୁଝାଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.