banner
Breaking

ପୁରୀ ଜଗନ୍ନାଥ ମନ୍ଦିର ଖୋଲିବା ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସେବାୟତ।

0

ପୁରୀ,୧୬।୧୧: ମହାମାରୀ କରୋନା ପାଇଁ ଦୀର୍ଘ ୮ମାସ ହେବ ରାଜ୍ୟର ବିଭିନ୍ନ ମନ୍ଦିରକୁ ଭକ୍ତଙ୍କୁ ଛଡ଼ାଯାଉ ନାହିଁ। ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ସେବାୟତ ଓ ପୂଜକଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ସେମାନଙ୍କ ଚଳିବା କଷ୍ଟକର ହୋଇପଡ଼ିଛି। ତେଣୁ ରାଜ୍ୟର ଦେବାଦେବୀ ପୀଠ ତୁରନ୍ତ ଖୋଲିବା ଦାବିରେ ରବିବାର ଶ୍ରୀମନ୍ଦିର ସମ୍ମୁଖରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଘଣ୍ଟ ବାଦନ କରାଯାଇଛି। ଶ୍ରୀମନ୍ଦିର ସମ୍ମୁଖରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ସମ୍ପାଦକ ସିଂହାରୀ ଆଲୋକ ଖୁଣ୍ଟିଆ, ସୁବାସ କୁମାର ମିଶ୍ର, କୃତିବାସ ରଥ ପ୍ରମୁଖ ଘଣ୍ଟ ବଜାଇ ପ୍ରତିବାଦ କରିଛନ୍ତି। ରାଜ୍ୟର ପ୍ରାୟ ସବୁ ସ୍ବାଭାବିକ ହୋଇଯାଇଥିବାବେଳେ ଭକ୍ତଙ୍କୁ କାହିଁକି ମନ୍ଦିରକୁ ଛଡ଼ାଯାଉନାହିଁ ବୋଲି ସେମାନେ ପ୍ରଶ୍ନ କରିବା ସହ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି କରିଥିଲେ। ପରେ ଗୋବର୍ଦ୍ଧନ ପୀଠକୁ ଯାଇ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଏ ପ୍ରସଙ୍ଗ ଜଣାଇଥିଲେ। ସବୁ ମନ୍ଦିରର ସେବାୟତ ଓ ପୂଜକଙ୍କୁ କିପରି ସହାୟତା ପ୍ରଦାନ କରାଯିବ ସେ ବିଷୟରେ ସରକାରଙ୍କୁ ଜଣାଇବା ଲାଗି ଅନୁରୋଧ କରାଯାଇଥିଲା। ଶଙ୍କରାଚାର୍ଯ୍ୟଙ୍କୁ ଶିରୁଳି ମହାବୀର ମନ୍ଦିର ସେବାୟତ, ଅଲାରନାଥ ମନ୍ଦିର ସେବାୟତ, ଦାଣ୍ଡମୁକୁନ୍ଦପୁର ମନ୍ଦିର ସେବାୟତ, ସାକ୍ଷୀଗୋପାଳ ମନ୍ଦିର ସେବାୟତ ଏବଂ ସଂଘର କର୍ମକର୍ତ୍ତା ଗୁହାରି ଜଣାଇଥିଲେ। ଏ ଦିଗରେ ବିହୀତ ପଦକ୍ଷେପ ନେବେ ବୋଲି ଶଙ୍କରାଚାର୍ଯ୍ୟ ଆଶ୍ୱାସନା ଦେଇଥିବା ସଂଘ କର୍ମକର୍ତ୍ତା କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.