banner
Breaking

ସ୍ବର୍ଗଦ୍ବାରରୁ ଉଠିଲା କଟକଣା।

0

ପୁରୀ ,୧୯ା୧୦: ମହାମାରୀ କରୋନା ପାଇଁ ସ୍ବର୍ଗଦ୍ୱାରରେ ମୃତଦେହ ଦାହ ଉପରେ ଲଗାଯାଇଥିବା କଟକଣା ହଟିଛି । ସୋମବାର ଜିଲାପାଳ ବଲୱନ୍ତ ସିଂ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଏଣିକି ସରକାରଙ୍କ କୋଭିଡ୍‌ ଗାଇଡ୍‌ ଲାଇନ ଅନୁପାଳନ କରି ଜିଲା ବାହାରର ମୃତଦେହ ସ୍ବର୍ଗଦ୍ବାରରେ ଦାହ କରାଯାଇପାରିବ । ଯେ କେହି ଆତ୍ମୀୟଙ୍କ ସଂସ୍କାର ଏଠାରେ କରିପାରିବେ। ଜିଲାରେ ସଂକ୍ରମଣ ହାର କମିଥିବାରୁ ସ୍ବର୍ଗଦ୍ୱାରରୁ କଟକଣା ହଟାଯାଇଥିବା ଜିଲାପାଳ କହିଛନ୍ତି। କିନ୍ତୁ ୨୦ ଜଣରୁ ଅଧିକ ଲୋକଙ୍କ ସମାଗମ ହେବ ନାହିଁ । ସମସ୍ତେ ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ରକ୍ଷା କରିବେ । ମାତ୍ର ଯଦି କାହାର କରୋନାରେ ମୃତ୍ୟୁ ହୋଇଥାଏ ତେବେ ସ୍ବର୍ଗଦ୍ବାରରେ ସେମାନଙ୍କ ଶେଷକୃତ୍ୟ କରାଯାଇପାରିବ ନାହିଁ । ସରକାରଙ୍କ ପକ୍ଷରୁ ସ୍ଥୀରିକୃତ ନିଜ ନିଜ ଜିଲା ପାଇଁ ଉର୍ଦ୍ଦିଷ୍ଟ ସ୍ବତନ୍ତ୍ର ଶ୍ମଶାନରେ ଦାହ କରିପାରିବେ ।

Khansweb Solution Bhubaneswar

Leave A Reply

Your email address will not be published.