banner
Breaking

କ୍ଷମା ମାଗିଲେ ଉମା।

0

ପୁରୀ : କୋଭିଡ୍ ପଜିଟିଭ ଥାଇ ମଧ୍ୟ ସ୍ୱର୍ଗତ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କୁ  କାରଣ ଦର୍ଶାଅ ନୋଟିସ । ସିଆରପିସି-୪୧(ଏ) ଅନୁଯାୟୀ କାରଣ ଦର୍ଶାଅ ନୋଟିସ ପଠାଯାଇଛି । ଉମାଙ୍କ ସରକାରୀ ବାସଭବନରେ ପୁରୀ ସମୁଦ୍ର କୂଳ ଥାନାର ପୁଲିସ ପହଞ୍ଚି ୭ଦିନ ଭିତରେ କରାଣ ଦର୍ଶାଇବାକୁ ଉମା ସାମନ୍ତରାୟଙ୍କୁ ନୋଟିସ୍ ଦେଇଛି  ।
ସୂଚନାଯୋଗ୍ୟ କରୋନା ପଜିଟିଭ ଥାଇ ମଧ୍ୟ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ ଯୋଗଦେବା ପାଇଁ ସ୍ବର୍ଗଦ୍ବାରକୁ ଯାଇଥିଲେ । ଏନେଇ ପୁରୀ ସମୂଦ୍ରକୂଳ ଥାନାରେ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଉଭୟ ବିଜେପି ଯୁବ ମୋର୍ଚ୍ଚା ଏବଂ ଜଗନ୍ନାଥ ସେନା । ଅଭିଯୋଗ ଆସିବା ପରେ ବିଧାୟକ ଉମା ସାମନ୍ତରାୟ ନିଜ ଭୁଲ ସ୍ବୀକାର କରିଥିଲେ । ସେ କହିଥିଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ତାଙ୍କୁ ଭାବ ବିହ୍ବଳ କରିଥିଲା ଏଣୁ କରୋନା ପଜିଟିଭ ଥାଇ ମଧ୍ୟ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ ଯୋଗଦେବା ପାଇଁ ସ୍ବର୍ଗଦ୍ବାରକୁ ଯାଇଥିଲି । ଆଇନର ଉର୍ଦ୍ଧ୍ବରେ କେହି ନାହିଁ । ଯାହା ବି କାର୍ଯ୍ୟାନୁଷ୍ଠାନ ହେବ ମାନିନେବେ ବୋଲି ଉମା ସାମନ୍ତରାୟ କହିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.