banner
Breaking

ଜଗନ୍ନାଥ ଦର୍ଶନ କଲେ ଅପରାଜିତା।

0

ପୁରୀ , ୮ା୧୦: ଭାଜପାର ନୂଆ ରାଷ୍ଟ୍ରୀୟ ମୁଖପାତ୍ର ତଥା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ବୁଧବାର ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ତାଙ୍କୁ ସିଂହଦ୍ୱାର ପାଖରେ ପୁରୀ ଜିଲା ଭାଜପାର ନେତୃତ୍ୱମାନେ ଖଣ୍ଡୁଆ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ସେ ଅରୁଣ ସ୍ତମ୍ଭ ନିକଟରେ ଦୀପ ଜାଳି ପତିତପାବନଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଥିଲେ। ଏହାପରେ ଏମ୍‌ପି ଷଡ଼ଙ୍ଗୀ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଥିଲେ। ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ଆଗାମୀ ଦିନରେ ନିଜ କାର୍ଯ୍ୟ ଭଲ ଭାବେ ସମ୍ପାଦନ କରିବା ଲାଗି ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରିଛନ୍ତି। ଆଗାମୀ ଦୁଇଟି ଉପନିର୍ବାଚନରେ ଭାଜପା ନିଶ୍ଚିତ ଜିତିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.