banner
Breaking

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରଥୀଙ୍କ ଶେଷକୃତ୍ୟ ସ°ପନ୍ନ।

0

ଭୁବନେଶ୍ୱର, ୪।୧୦(ବ୍ୟୁରୋ): ଓଡିଶା ରାଜନୀତିର ବେଲଗାମ୍ବ ବାଦଶାହା,ସବୁରି ପ୍ରିୟ,ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଶନିବାର ରାତି ୨ ଟା ୩୬ମିନିଟ ସମୟରେ ପରଲୋକ ଘଟିଥିଲା।
ଆଜି ତାଙ୍କ ପାର୍ଥୀବ ଶରୀରକୁ ଏକ ସ୍ୱତନ୍ତ୍ର ଗାଡି ଯୋଗେ ଶୋଭାଯାତ୍ରାରେ ଭୁବନେଶ୍ୱରରୁ ଉତ୍ତରାବଜାର ଦେଇ ପିପିଲି ସ୍ଥିତ ବିଜେଡି ଦଳୀୟ କାର୍ଯ୍ୟାଳୟ, ଚାନ୍ଦୁଆବଜାର, ହାଟଛକ, ଖୋରାପଦା ଗ୍ରାମ ସ୍ଥିତ ପୈତୃକ ବାସଭବନ, ହୁଙ୍କେଇପୁର ଫାର୍ମ ହାଉସ୍‍, ବାଜପୋଇ ଛକ ଦେଇ ପିପିଲି ବ୍ଲକଛକ, ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁର, ତେଇସିପୁର, ସାତଶଙ୍ଖ ଦେଇ ପୁରୀ ନିଆଯାଇଥିଲା। ସ୍ୱର୍ଗଦ୍ୱାର ଠାରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ପୁତ୍ର ରୁଦ୍ର ମୁଖାଗ୍ନି ଦେଇଥିଲେ।

ଗତ ବନ୍ୟାରେ ଦୁର୍ଗତଙ୍କ ଉଦ୍ଧାର ଓ ରିଲିଫ୍‍ ବଣ୍ଟନ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ସେ କରୋନା ସଂକ୍ରମିତ ହୋଇପଡ଼ିଥିଲେ। କରୋନାରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ସମ୍‍ ଅଲ୍‍ଟିମେଟ୍‍ ମେଡିକେୟାର ହସ୍‍ପିଟାଲ୍‍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶନିବାର ରାତିରେ ତାଙ୍କର ପରଲୋକ ଘଟିଥିଲା।

Khansweb Solution Bhubaneswar

Leave A Reply

Your email address will not be published.