banner
Breaking

ବାହୁଡା ଯାତ୍ରା ପାଇଁ ପୁରୀରେ ଜୁନ୍ ୩୦ରୁ କର୍ଫ୍ୟୁ।

0

ପୁରୀ,୨୭।୬(ଓଡ଼ିଆ ନ୍ୟୁଜ): ବିଶ୍ୱ ପ୍ରସିଦ୍ଧ ବାହୁଡା ଯାତ୍ରା ପାଇଁ ପୁରୀ ଜିଲାରେ କର୍ଫ୍ୟୁ ଜାରି ହେବ । ଜୁନ ୩୦ ରାତି ୧୦ ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଏ ନେଇ ଶନିବାର ପୁରୀ ଜିଲାପାଳ ବଲଓ୍ବନ୍ତ ସିଂ ସୂଚନା ଦେଇଛନ୍ତି। ସେହିପରି ୧ ରୁ ୪ ତାରିଖ ନୀଳାଦ୍ରିବିଜେ ଯାଏ ଭକ୍ତଙ୍କ ପାଇଁ କଟକଣା ଲାଗୁ ହୋଇଛି। କୌଣସି ପର୍ଯ୍ୟଟକଙ୍କୁ ହୋଟେଲ ଓ ଲଜରେ ନ ରଖିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବଡଦାଣ୍ଡରେ ଥିବା ବ୍ୟକ୍ତିଗତ ଘର, ଧାର୍ମିକ ଅନୁଷ୍ଠାନ ଗୁଡ଼ିକର ସର୍ଭେ କରାଯିବ। ନିଜ ଘରେ ରହି ପ୍ରଭୁଙ୍କୁ ଟିଭି ମାଧ୍ୟମରେ ଦର୍ଶନ କରିବାକୁ ଜିଲାପାଳ ବଲଓ୍ବନ୍ତ ସି° ନିବେଦନ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.