banner
Breaking

ରଥଯାତ୍ରା ଅନୁଷ୍ଠିତ ହେବାପାଇଁ ସରକାରଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା।

0

ଭୁବନେଶ୍ୱର,୨୦।୬(ବ୍ୟୁରୋ)- ପୁରୀର ଶ୍ରୀ ଜଗନ୍ନାଥ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ନ କରିବା ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର କୋର୍ଟଙ୍କ ଆଦେଶକୁ ପାଳନ କରିବାକୁ ଜୁନ ୧୮ ତାରିଖରେ ଅନୁଷ୍ଠିତ ସ୍ବତନ୍ତ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରିଛନ୍ତି। ମନ୍ଦିର ଭିତରେ ବିଗ୍ରହଙ୍କର ବିଧିମୁତାବକ ରୀତିନୀତି ପାଳନ କରିବାକୁ ଶ୍ରୀ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶନାମା ପରେ ଜଗନ୍ନାଥ ପ୍ରେମୀଙ୍କ ମନରେ ବଡ ଆଘାତ ଲାଗିଛି। ରଥଯାତ୍ରା କୌଣସି ପରିସ୍ଥିତିରେ ବନ୍ଦ ନ କରିବାକୁ ପୁରୀ ଗଜପତି ମହାରାଜା ତଥା ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଦିବ୍ୟ ସିଂ ଦେବ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।
ଏଥିରେ ଗଜପତି ଉଲ୍ଲେଖ କରିଛନ୍ତି ଯେ, ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ-୧୯୫୨ରେ ପ୍ରସ୍ତୁତ କରାଯାଇଥିବା ରେକର୍ଡ ଅଫ ରାଇଟସ ଅନୁଯାୟୀ ପ୍ରତିବର୍ଷ ରଥ ଯାତ୍ରା କରିବା ବାଧ୍ୟତାମୂଳକ। ସେହିପରି ଶ୍ରୀମନ୍ଦିର ଆଇନ ୧୯୫୫ ଅନୁଯାୟୀ ଶ୍ରୀ ମନ୍ଦିର ପରିଚାଳନା କମିଟି ରେକର୍ଡ ଅଫ ରାଇଟସ ଅନୁଯାୟୀ ରଥ ଯାତ୍ରା କରିବାକୁ ବାଧ୍ୟ।
ଉକ୍ତ କାରଣ ଗୁଡିକ ପାଇଁ ପୁରୀ ରଥଯାତ୍ରା ସ୍ବତନ୍ତ୍ର ଗୁରୁତ୍ୱ ରହିଛି। କୋଭିଡ-୧୯ ଲକଡାଉନ ଗାଇଡଲାଇନରେ ରଥ ଯାତ୍ରା ସମେତ ଅନ୍ୟ ସ୍ଥାନରେ କୌଣସି ପ୍ରକାର ଧର୍ମିୟ କାର୍ଯ୍ୟକ୍ରମକୁ ଅନୁମତି ନ ଦିଆଯାଇଥିଲେ ମଧ୍ୟ ପୁରୀ ରଥଯାତ୍ରାକୁ ବନ୍ଦ କରାଯାଇ ପାରିବ ନାହିଁ। ସୁପ୍ରିକୋର୍ଟର ଏକ ସମ୍ବିଧାନିକ ଖଣ୍ଡପୀଠ ରାଜା ବିର କିଶୋର ଭର୍ସେସ ଓଡିଶା ସରକାରଙ୍କ ମାମଲାର ବିଚାର କରି ପୁରୀ ରଥଯାତ୍ରାକୁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଗୁରୁତ୍ୱ ଦେବା ଦରକାର ବୋଲି ରାୟ ଦେଇଥିଲେ। ରାଜ୍ୟ ସରକାର ରାଜ୍ୟର ସମସ୍ତ ରଥଯାତ୍ରକୁ ବନ୍ଦ କରି ପୁରୀ ରଥଯାତ୍ରାକୁ ଅନୁମତି ଦେଇଥିଲେ।
ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ସୁପ୍ରମିକୋର୍ଟଙ୍କ ୧୮ ତାରିଖ ଆଦେଶକୁ ସଂଶୋଧିତ କରି ରଥଯାତ୍ରା ପାଇଁ ଅନୁମତି ଦେବାକୁ ଚିଠିରେ ଉଲ୍ଲେଖ ରାଯାଇଛି। ଏଭଳି ପରିସ୍ଥିତିରେ ସମଗ୍ର ବିଶ୍ୱରେ ଥିବା ଭକ୍ତମାନଙ୍କର ଭାବାବେଗକୁ ଦୃଷ୍ଟିରେ ରଖି ୧୮ ତାରିଖ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଏକ ରିଭ୍ୟୁ ପିଟିସନ ଦାଖଲ କରି ରଥଯାତ୍ରା ପାଇଁ ଅନୁମତି ଦେବାକୁ ଗଜପତି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.