banner
Breaking

ନିସହାୟଙ୍କୁ ସାହାଯ୍ୟର ହାତ ବଢାଇଲା ସମ୍ଭାବନା ଚାରିଟେବୁଲ ଟ୍ରଷ୍ଟ।

0

ପୁରୀ,୧୩/୬(ଓଡ଼ିଆ ନ୍ୟୁଜ): ସଂପ୍ରତି କରୋନା ମହାମାରୀ ସମୟରେ ଏକ ଅସହାୟ ପରିବାର କୁ ସହାୟତା ର ହାତ ବଢ଼ାଇଛି ସମ୍ଭାବନା ଚାରିଟେବଲ ଟ୍ରଷ୍ଟ l
ସୂଚନା ଅନୁସାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମଠ ପାଟଣା ଗ୍ରାମରେ ଭୀମସେନ ସାହୁଙ୍କ ଘର। ପରିବାରର ଭୀମସେନ ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି। ଦିନ ମଜୁରିଆ ଭାବେ ବିଭିନ୍ନ କାମଦାମ କରି ପରିବାର ଚଳାଉଥିଲେ।କିନ୍ତୁ ନିଷ୍ଠୁର ସମୟ ଏମିତି କାଳ ସାଜିଲା ଯେ, ସେ ରୋଗାକ୍ରାନ୍ତ ହୋଇଗଲେ। ଠିକ ଆ ପରେପରେ ମାଡି ଆସିଲା କରୋନା ରାକ୍ଷସ। କରୋନାରୁ ବର୍ତ୍ତିବା ପାଇଁ ସରକାର ଲକଡାଉନ ଘୋଷଣା କରିଦେଲେ। ଭୀମସେନ ଦୀର୍ଘ ଦିନ ହେବ ଏକ ଅଜଣା ରୋଗ ରେ ପିଡୀତ ଥିବା ବେଳେ ତାଙ୍କ ପୁଅ ମଧ୍ୟ ଅଲସର ରେ ପିଡୀତ ହୋଇ ଚିକିତ୍ସିତ ହେଉଛନ୍ତି lଘରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଥିବା ବେଳେ ବାପା ଓ ପୁଅ ଦୁଇଜଣ ଅଚଳ ସାଙ୍ଗକୁ କରୋନା ପରିସ୍ଥିତି ବୋଝ ଉପରେ ନଳିତା ବିଡା ଲଦିଦେଲା। ଭୀମସେନଙ୍କ ମୁଣ୍ଡ ଉପରେ ଏକ ଭିନ୍ନକ୍ଷମ ଝିଅର ଭାର। ଝିଅଟି ଅଧାରୁ ପାଠ ପଢ଼ା ଛାଡି ଦେଇଥିବା ବେଳେ ତାର ଭତ୍ତା ଟଙ୍କାରେ ଏବେ ଘର ଚଳୁଛି। ପରିବାରର ଏଭଳି ନିସହାୟ ପରିସ୍ଥିତିର ଖବର ପାଇ ସମ୍ଭାବନା ଚାରିଟେବଲ ଟ୍ରଷ୍ଟ , ପଣସପଦା ଏକ ଚାରି ଜଣିଆ ଦଳ ଭୀମସେନଙ୍କ ଘରେ ପହଂଚି ତାଙ୍କୁ କିଛି ରାସନ ସାମଗ୍ରୀ ଦେବା ସହ ତାଙ୍କ ଝିଅକୁ ପାଠ ପଢ଼ାଇବା ପାଇଁ ସହାୟତାର ହାତ ବଢ଼ାଇଛି l ଟ୍ରଷ୍ଟର ସଭାପତି ପ୍ଲାବନ ଦଳାଇ , ଉପସଭାପତି ମନୋରଞ୍ଜନ ପଲାଇ ଓ ସଂପାଦକ ଗୌତମ ପ୍ରଧାନଙ୍କ ନେତୃତ୍ୱରେ ସଂଯୋଜକ ଆଶିଷ କୁମାର ସ୍ବାଇଁ ଉପଦେଷ୍ଟା ଚନ୍ଦ୍ରମଣି ସାହୁ ଓ ସତ୍ୟପ୍ରିୟ ସୁଆର ପ୍ରମୁଖ ମଠପାଟଣା ଯାଇ ତାଙ୍କ ପରିବାରକୁ ଆଶ୍ୱାସନା ଦେଇଛନ୍ତି l

Khansweb Solution Bhubaneswar

Leave A Reply

Your email address will not be published.