banner
Breaking

ପାନୀୟଜଳ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କର-ସଞ୍ଜୟ ଦାସବର୍ମା

0

ଭୁବନେଶ୍ବର ,୧୧/୫(ଓଡ଼ିଆ ନ୍ୟୁଜ): ପାନୀୟ ଜଳ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ନିର୍ଦେଶ ଦେଇଛନ୍ତି। ସୋମବାର ଏ ସଂପର୍କିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଦାସବର୍ମା ସଂଗରୋଧ କେନ୍ଦ୍ରଗୁଡିକରେ ପାନୀୟଜଳ ଓ ଶୌଚାଳୟ ବ୍ୟବସ୍ଥା କରିବା ଉପରେ ମଧ୍ୟ ଗୁରୁତ୍ବାରୋପ କରିଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ସତ୍ୟବାଦୀ, କୁଷ୍ଣପ୍ରସାଦ, ବ୍ରହ୍ମଗିରି ଓ କଣାସ ବ୍ଲକର ବିଭିନ୍ନ ଗ୍ରାମକୁ ପାନୀଜ ଜଳ ଯୋଗାଣ ପାଇଁ ହେଉଥିବା ବୃହତ୍ତ ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ନେଇ  ଆଲୋଚନା ହୋଇଥିଲା। ଚିଲିକା ହ୍ରଦ ମଧ୍ୟରେ ଥିବା ମହିଷା ଓ ବ୍ରହ୍ମପୁର ଗ୍ରାମ ପାଇଁ ୨.୯୪ ଲକ୍ଷ ଟଙ୍କା ବ୍ୟୟରେ ହେଉଥିବା ପାନୀୟ ଜଳ ପ୍ରକଳ୍ପ ଉପରେ ଶ୍ରୀ ଦାସବର୍ମା ଗୁରୁତ୍ବାରୋପ କରିଥିଲେ। ତା’ଛଡା ପୁରୀ ସଦର ବ୍ଲକର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ପଞ୍ଚାୟତ, ପୁରୀ ନିର୍ବାଚନ ମଣ୍ଡଳୀର ୧୯ ପଞ୍ଚାୟତକୁ ବୃହତ ପାନୀୟଜଳ ପ୍ରକଳ୍ପ ମାଧ୍ୟମରେ ପାଣି ଯୋଗାଇ ଦେବା ନିମନ୍ତେ ଆବଶ୍ୟକ ରାଜ୍ୟସ୍ତରୀୟ ମଞ୍ଜୁରି ପାଇଁ ଆଲୋଚନା ହୋଇଥିଲା। ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ ଦେଓ ରଞ୍ଜନ ସିଂ, ବିଭାଗୀୟ ନିର୍ଦେଶକ ବି ପରମେଶ୍ବରନ, ସର୍ବୋଚ୍ଚ ଯନ୍ତ୍ରୀ ଅଭୟ କୁମାର ବିଶ୍ବାଳ, ଅଧୀକ୍ଷଣ ଯନ୍ତ୍ରୀ ସୁମନ୍ତ କୁମାର ହରିଚନ୍ଦନ, ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ନାୟକ ପ୍ରମୁଖ ଆଲୋଚନାରେ ସମୟରେ ଉପସ୍ଥିତି ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.