banner
Breaking

ଶଙ୍କରାଚାର୍ଯ୍ୟଙ୍କ ସହ ପ୍ରଶାସନର ଆଲୋଚନା।

0

ପୁରୀ ,୨୩।୪: କରୋନା ପାଇଁ ଚଳିତ ବର୍ଷ ରଥଯାତ୍ରାର ଆୟୋଜନକୁ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଭେଟିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର। ଗୁରୁବାର ମଧ୍ୟାହ୍ନରେ ଜିଲାପାଳ ବଲଓ୍ବନ୍ତ ସିଂଙ୍କ ସହ ମୁଖ୍ୟ ପ୍ରଶାସକ ଗୋବର୍ଦ୍ଧନ ମଠରେ ପହଞ୍ଚିଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ସେମାନଙ୍କ ମଧ୍ୟରେ ରୁଦ୍ଧଦ୍ୱାର ଆଲୋଚନା ହୋଇଥିଲା। ରଥଯାତ୍ରା ଆୟୋଜନ ସଂକ୍ରାନ୍ତରେ ଶଙ୍କରାଚାର୍ଯ୍ୟଙ୍କ ମତାମତ ନେଇ ଏହି ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ ଏହାକୁ ମୁଖ୍ୟ ପ୍ରଶାସକ ଏଡ଼ାଇ ଦେଇଛନ୍ତି। ଲକ୍‌ଡାଉନ୍‌ ସମୟରେ ଶଙ୍କରାଚାର୍ଯ୍ୟଙ୍କ ସ୍ବାସ୍ଥାବସ୍ଥା କିପରି ରହିଛି ଏବଂ ଭଲମନ୍ଦ ବୁଝିବାକୁ ତାଙ୍କୁ ଭେଟିଥିବା ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.