banner
Breaking

ପୁରୀର ବିକାଶ ପାଇଁ ୨୬୫ କୋଟି।

0

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ) ପୁରୀର ବିକାଶ ପାଇଁ ୫ ଗୋଟି ପ୍ରକଳ୍ପକୁ ଲୋକାସେବା ଭବନରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟ୍ ୨୬୫ କୋଟି ଟଙ୍କାରେ ଏହି ୫ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ନବୀନ । ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଧାମକୁ ସାରା ବିଶ୍ୱର ବିଭିନ୍ନ ଅଞ୍ଚଳରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସୁଛନ୍ତି । ସେମାନଙ୍କୁ ପୁରୀ ସହରରେ ଉନ୍ନତମାନର ସେବା ଓ ସୁବିଧା ଯୋଗାଇଦେବା ପାଇଁ ଅଭଡ଼ା ଯୋଜନାରେ ୫ଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ ଆରମ୍ଭ କରାଯିବ।

*ଏହି ପ୍ରକଳ୍ପ ଗୁଡ଼ିକ ହେଲା-ପୁରୀର ପୁରୁଣା ଜେଲ୍ ପରିସର, ଯାତ୍ରୀକା ଏବଂ ମ୍ୟୁନିସପାଲଟି ମାର୍କେଟର ବିକାଶ କରାଯାଇ ସେଠାରେ ୧୨୫୦ଟି ଦୋକାନ ଘର ନିର୍ମାଣ କରାଯିବ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ପୁରୀର ପୁରୁଣା ଜେଲ ପରିସରରେ ବହୁତଳ ବିଶିଷ୍ଟ ପାର୍କିଂ ବ୍ୟବସ୍ଥାର ବିକାଶ କରାଯିବ । ଏଠାରେ ୪୦୦ କାର୍ ପାର୍କିଂ ସୁବିଧା ରହିବ । ସେହିପରି ଯାତ୍ରୀକାରେ ମଧ୍ୟ ବହୁତଳ କାର୍ ପାର୍କିଂ ବ୍ୟବସ୍ଥା କରାଯିବ ସେଠାରେ ମଧ୍ୟ ଏକସଙ୍ଗେ ୪୦୦ କାର୍ ପାର୍କିଂ ହୋଇପାରିବ ।

*ଅନ୍ୟପଟେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ପୁରୀରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଗୋଟିଏ ଛାତ ତଳେ ରଖାଯିବ । କାରଣ ଗୋଟିଏ ସ୍ଥାନୋ ସମସ୍ତ ସରକାରୀ କାର୍ଯର୍୍ୟାଳୟ ରହିବା ଦ୍ୱାରା ଏହା ସାଧାରଣ ଲୋକମାନଙ୍କ ପାଇଁ ସୁବିଧାଜନକ ହେବ । ପୁରୀର ମ୍ୟୁନିସପାଲଟି ମାର୍କେଟର ପୁନଃରୁଦ୍ଧାର କରାଯାଇ ଏହାକୁ ଅତ୍ୟାଧୁନିକ ମାର୍କେଟ କମ୍ପେ୍ଲକ୍ସରେ ପରିଣତ କରାଯିବ ବୋଲି ନିଷ୍ପତି ହୋଇଛି ।

*ସେହିଭଳି ଆଚାର୍ଯ୍ୟ ହରିହର ଛକ ରାସ୍ତାକୁ ସଂପ୍ରସାରଣ କରାଯାଇ ଏଠାରେ ବିଭିନ୍ନ ନାଗରିକ ସୁବିଧା ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନେବେ ରାଜ୍ୟ ସରକାର । ଆଗକୁ ହେବାକୁ ଥିବା ପୁରୀର ଏହି ସମସ୍ତ କାର୍ଯ୍ୟ ପୂର୍ତ୍ତ ବିଭାଗର ଅଧିନରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଜରିଆରେ କାର୍ଯ୍ୟକାରୀ ହେବ ବୋଲି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ହୋଇଛି ।

Khansweb Solution Bhubaneswar

Leave A Reply

Your email address will not be published.