banner
Breaking

ଯୁବତୀଙ୍କ ମାୟା ଯାଲରେ ୧୬ ଯୁବକ ବରବାଦ୍।

0

ପୁଣେ: ଲଭ,ସେକ୍ସ, ଧୋକ୍କାର ପରିମାଣ ଧିରେ ଧିରେ ବଢ଼ିବାରେ ଲାଗିଛି।ଏହାର ମାଧ୍ୟମ ସାଜିଛି ବିଭିନ୍ନ ଡେଟି° ଆପ। ଯୁବକ ଯୁବତୀ ମାନେ ଏହାକୁ ବ୍ୟବହାର କରି ବିଭିନ୍ନ ମାଧ୍ୟମରେ ଲୁଟପାଟ କରୁଛନ୍ତି। ଏଭଳି ଏକ ଘଟଣା ଘଟିଛି ପୁଣେରେ। ଜଣେ ଯୁବତୀ ଡେଟିଂ ଆପ୍‌ ଜରିଆରେ ୧୬ଜଣ ଯୁବକଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କଠାରୁ ଟଙ୍କା ଆଣୁଥିଲେ।

ପୁଣେର ପିମ୍ପରି ଚିଞ୍ଚଓ୍ବାଡ୍‌ର ସାଧୁ ଚୌକରେ ଥିବା ରାଧିକା ଆପାର୍ଟମେଣ୍ଟରେ ରୁହନ୍ତି ସୟାଲି କାଲେ। ସେ ଜଣେ ଦ୍ୱିତୀୟ ବର୍ଷ ବିସିଏ ଡ୍ରପ୍‌ ଆଉଟ୍‌ ଛାତ୍ରୀ। ସେ ମୋବାଇଲ ସେବା ପ୍ରଦାନକାରୀ ଏକ କମ୍ପାନୀରେ ଚାକରି କରିଥିଲେ। ହେଲେ ଲକ୍‌ଡାଉନ୍‌ ସମୟରେ ତାଙ୍କର ଚାକିରି ଚାଲିଯାଇଥିଲା। ଏହାପରେ ତାଙ୍କ ମା’ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ। ଭାଇ ବିପିଓରେ କାମ କରୁଥିଲେ ହେଁ ସୟାଲିଙ୍କୁ ଅସୁବିଧା ହୋଇଥିଲା। ଏଣୁ ସେ ଟଙ୍କା ରୋଜଗାର କରିବାର ଭୂଲ ବାଟ ବାଛି ନେଇଥିଲେ। ଯେଉଁଟି ଥିଲା ଅନ୍‌ଲାଇନ୍‌ ଡେଟିଂ।

ଗତ ସପ୍ତାହରେ ଆଶିଷ ନାମକ ଜଣେ ଚେନ୍ନାଇର ଯୁବକ ପୋଲିସ ନିକଟରେ ସୟାଲିଙ୍କ ନାମରେ ଅଭିଯୋଗ କରିଥିଲେ। ଡେଟିଂ ଆପ୍‌ରେ ଉଭୟ ଉଭୟଙ୍କୁ ଭେଟିଥିଲେ। ଏହାପରେ ଆଶିଷଙ୍କୁ ସୟାଲି ପୁଣେର ଏକ ହୋଟେଲକୁ ଡାକିଥିଲେ। ସେଠାକୁ ଆସିବା ପରେ କୋଲ୍ଡଡ୍ରିକ୍ସରେ ନିଶା ଦେଇ ସେ ତାଙ୍କର ଚେନ, ନଗଦ ଟଙ୍କା ଏବଂ ଅନ୍ୟ ଜିନିଷ ଚୋରି କରି ଫେରାର ହୋଇଯାଇଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ଘଟଣାର ତଦନ୍ତ ପରେ ପୋଲିସ ସୟାଲିଙ୍କୁ ଗିରଫ କରିଛି। ସେ ଟିଣ୍ଡର ଏବଂ ବମ୍ବଲ ଆପ୍‌ ଜରିଆରେ ଯୁବକମାନଙ୍କ ସହ କଥା ହୋଇ ନିଜର ପ୍ରେମରେ ଫସାଉଥିଲେ। ପରେ ତାଙ୍କୁ ନିଜ ଘରକୁ ଅଥବା ହୋଟେଲକୁ ଡାକି ଲୁଟ୍‌ କରି ଫେରାର ହୋଇଯାଉଥିଲେ। ଗିରଫ ହେବା ଯାଏ ସେ ୧୬ରୁ ଅଧିକ ଥର ଏପରି କରିସାରିଥିଲେ। ପୋଲିସ ତାଙ୍କ ନିକଟକୁ ଚୋରି ସାମଗ୍ରୀ ସହ ୧୫ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡ଼ିଛି।

Khansweb Solution Bhubaneswar

Leave A Reply

Your email address will not be published.